ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ

(ନରୋତ୍ତମ ପଣ୍ଡା): ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ମୁଣ୍ଡୋଦର୍ହ ଗାଁରେ ଘଟିଛି ହତ୍ୟାକାଣ୍ଡ । ସ୍ତ୍ରୀ ବ୍ରେଦେହି ଚିରାଗୁନକୁ ସ୍ୱାମୀ ଧବଳେଶ୍ୱର ଟାଙ୍ଗିଆରେ ହାଣି ହତ୍ୟା କରିଛି । ହତ୍ୟା ପରେ ଧବଳେଶ୍ୱର ବେଲପଡା ଥାନାରେ ଆତ୍ମସମର୍ପଣ କରିଛି । ଘଟଣାସ୍ଥଳରେ ବେଲପଡା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।