କାନୁନ ବନଉଛ ନା ପାପଡି ଚାଟ : ଡେରେକ ଓ ବ୍ରାୟନ

ନୂଆଦିଲ୍ଲୀ : ସଂସଦରେ ମୋଦୀ ସରକାରଙ୍କ ଦ୍ୱାରା ବିଲ ଗୁଡିକୁ ହାରାହାରା ୭ ମିନିଟ ମଧ୍ୟରେ ପାସ କରିଦିଆଯାଉଥିବାରୁ ଏଥିରେ ତୃଣମୁଳ କଂଗ୍ରେସ ସାଂସଦ ସରକାରଙ୍କୁ ଆକ୍ଷେପ କରି କହିଛନ୍ତି ଯେ ସରକାର କାନୁମ ବନଉଛ ନା ପାପଡି ଚାଟ । ୧୦ ଦିନ ଭିତରେ ୧୨ ଟି ବିଲକୁ ୭ ମିମିଟ ବ୍ୟବଧାନରେ ପାରିତ କରିଦେଇଥିବାରୁ ସୋମବାର ଦିନ ସକାଳେ ଡେରେକ ବ୍ରାୟନ ଏହି ପ୍ରସଙ୍ଗରେ ଟୁଇଟରରେ ଲେଖିଛନ୍ତି । ୨୦୧୯ରେ ଯେତେବେଳେ ଟ୍ରିପୁଲ ତଲାଖ ବିଲ ପାରିତ କରାଯାଇଥିଲା ତେବେ ଏହି ପ୍ରସଙ୍ଗରେ ଡେରେକ ବ୍ରାୟନ ପିଜ୍ଜା ଡେଲିଭରି ସହିତ ତୁଳନା କିରିଥିଲେ ।
ଏହାରି ମଧ୍ୟରେ ୧ ମିନିଟରେ କୋକୋନଟ ଡେଭଲପମେଣ୍ଟ ବୋର୍ଡ ବିଲ ପାରିତ ହେବା ସହ ୧୪ ମିନିଟରେ ଏୟରପୋର୍ଟସ ଇକୋନମିକ ରେଗୁଲେଟରି ଅଥୋରିଟି ଅଫ ଇଣ୍ଡିଆ ବିଲ ପାରିତ କରାଯାଇଛି । ସରକାର ଏହି ପ୍ରସଙ୍ଗରେ ଚୁପ ଅଛନ୍ତି । ୧୯ ଜୁଲାଇରୁ ମୌସୁମି ଅଧିବେଶନ ଆରମ୍ଭ ହୋଇଥିଲେ ମଧ୍ୟ ପେଗାସସ୍ , କୃଷକ ଆନ୍ଦୋଳନ ଭଳି ସମସ୍ୟା ନେଇ ସଂସଦରେ ବିରୋଧୀ ଦଳଙ୍କ ବିରୋଧ ସ୍ୱତ୍ତେ କାର୍ଯ୍ୟଗୁଡିକ ସଠିକ ଭାବେ ହୋଇପାରିନାହିଁ ।