ରିମଝିମ୍ ଇସ୍ପାତ ଲିମିଟେଡ୍‌ରେ ବଡ ଧରଣର ଅଗ୍ନିକାଣ୍ଡ…

ରିମଝିମ୍ କମ୍ପାନୀରେ ଅଗ୍ନିକାଣ୍ଡ । ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ରିମଝିମ୍ ଇସ୍ପାତ ଲିମିଟେଡ୍‌ରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। କମ୍ପାନୀର ୩ ନମ୍ବର ୟୁନିଟ୍ ରେ କଏଲ୍ ବାଇଣ୍ଡିଂରୁ ନିଆଁ ବ୍ୟାପିଥିବା ସୂଚନା ରହିଛି।ହିନ୍ଦୋଳ ରୋଡ଼ ଅଗ୍ନିଶମ ବିଭାଗ, ରାସୋଳ ଅଗ୍ନିଶମ ବିଭାଗ,ଖଜୁରିଆକଟା ଅଗ୍ନିଶମ ବିଭାଗ ଏବଂ ବଅଁରପାଳ ଅଗ୍ନିଶମ ବିଭାଗରୁ ଅଗ୍ନିଶମ ଦଳ ସହିତ ଟାଟା ଷ୍ଟିଲ୍‌ର ଅଗ୍ନିଶମ ସେବା କର୍ମଚାରୀମାନେ ନିଆଁ ଲିଭେଇବା କାର୍ଯ୍ୟରେ ନିଯୁକ୍ତ ଅଛନ୍ତି।ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମୃତ୍ୟୁ ବା ଆହତ ହେବାର ଖବର ନାହିଁ।