ଅନୁଗୋଳ/ସୁଧାକର ସାହୁ : ନାଲକୋ କାରଖାନା ରେ ସୁରକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ତ୍ରୁଟି ପାଇଁ ଛଅ ଜଣ ଶ୍ରମିକ ଗୁରୁତର ଥିବା ବେଳେ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି , ସେମାନଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିିକିତ୍ସାଳୟ କୁ ସ୍ଥାନାନ୍ତରଣ କରାଯାଇଛି ।
ସୂଚନା ଯେ, ଆଜି ଅପରାହ୍ନ ୪.୩୦ ସମୟରେ ନାଲକୋ ସ୍ମେଲଟର କାରଖାନା ରେ ଟ୍ରେନ ଯୋଗେ ନାଲକୋକୁ ଆସିଥିବା କିଛି କଞ୍ଚା ମାଲ ଜିନିଷକୁ ଖାଲି କରିବା ପାଇଁ ଦୈନିକ ଠିକା ଭାବରେ କିଛି ଶ୍ରମିକ ମାନଙ୍କୁ ଆଣି ମନୁ ଏଣ୍ଟରପ୍ରାଇଜେସ ସେହି କଞ୍ଚା ମାଲ ଗୁଡିକ ଖାଲି କରୁଥିଲେ, ଟ୍ରେନର ଇଞ୍ଜିନ ଓ ବଗି ଅଲଗା ଥିବା ବେଳେ ଲୋକ ପାଇଲଟ୍ ଇଞ୍ଜିନକୁ ଖଞ୍ଜିବା ପାଇଁ ବଗିରେ ଇଞ୍ଜିନକୁ ବାଡେଇ ଦେଇଥିଲେ ଯାହା ଫଳରେ କାର୍ଯ୍ୟ କରୁଥିବା କିଛି ଶ୍ରମିକ ଟ୍ରେନ୍ ଉପରୁ ଖସି ପଡ଼ିଥିଲେ, ସେମାନଙ୍କ ମଧ୍ୟରୁ ଛଅ ଜଣ ଶ୍ରମିକ ଗୁରୁତର ଆହତ ହୋଇ ଥିବା ବେଳେ ସେମାନଙ୍କ ମଧ୍ୟରୁ ତିନି ଜଣ ଅତି ଗୁରୁତର ହୋଇଥିଲେ, ଗୁରୁତର ହୋଇଥିବା ଶ୍ରମିକ ମାନେ ହେଲେ ବାଦିବାହାଳ ଗ୍ରାମର ଅନିରୁଦ୍ଧ ଗଡ଼ନାୟକ (ବୟସ -୪୭ )ତାଙ୍କର ବାମ ହାତ ରେ ଗଭୀର ଆଘାତ ଲାଗିଛି , ବେନ୍ତପୁର ଗ୍ରାମର ହେମନ୍ତ ଭୋଇ(ବୟସ- ୪୬)ଙ୍କର ବାମ ଗୋଡ଼ ରେ ଗଭୀର ଆଘାତ ଲାଗିଛି ଅନ୍ୟ ଜଣେ ହେଲେ ତୁଳସୀପାଳ ଗ୍ରାମର ତଅଁଳୁ ଦେହୁରୀ (ବୟସ-୫୦) ତାଙ୍କର ବାମ ଗୋଡ ଟି ଅଧିକ ଆଘାତ ଲାଗିବା କାରଣ ରୁ ଅବସ୍ଥା ସଙ୍କଟାପନ୍ନ ଅଛି ।
ପ୍ରଥମେ ସମସ୍ତ ଗୁରୁତର ଶ୍ରମିକ ମାନଙ୍କୁ ନାଲକୋ ଚିକିତ୍ସାଳୟ କୁ ଭର୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେକୁ ସ୍ଥାନାନ୍ତରଣ କରାଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠେ କି ନାଲକୋ ରେ ସ୍ଥାୟୀ କର୍ମଚାରୀ ଓ ଠିକା ଶ୍ରମିକ ଥିବା ବେଳେ କାହିଁକି ଦୈନିକ ଭାବେ ଠିକା ଶ୍ରମିକ ମାନଙ୍କୁ ଅଣା ଯାଇଥିଲା, ସେହି ସ୍ଥାନରେ କାହିଁକି ସୁରକ୍ଷା ବ୍ୟବସ୍ଥାକୁ ଦେଖା ଗଲା ନାହିଁ, ସେମାନେ ଯଦି ଦୈନିକ ମଜୁରୀ ଭାବରେ କାର୍ଯ୍ୟ କରିଥିଲେ ତେବେ ସେମାନଙ୍କର ବିମା ଥିଲା କି ..?