ଆଇପିଏଲ୍‌ ଆରମ୍ଭରୁ ଦଳରୁ ବାଦ ପଡିଲେ ମହେନ୍ଦ୍ର ସିଂ ଧୋନି !

ଇଣ୍ଡିଆନ୍ ପ୍ରିମିୟର ଲିଗର (ଆଇପିଏଲ୍‌) ୧୯ତମ ସିଜିନ୍ ୨୮ ମାର୍ଚ୍ଚ ଅର୍ଥାତ୍ ଶନିବାରରୁ ଆରମ୍ଭ ହେବାକୁ ଥିବା ବେଳେ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ପ୍ରଶଂସକଙ୍କୁ ବଡ ଝଟକା ଲାଗିଛି । ଆହତ କାରଣରୁ ପ୍ରଥମ ୨ ସପ୍ତାହ ଆଇପିଏଲ୍‌ ଖେଳି ନପାରନ୍ତି ସିଏସକେ ର ଷ୍ଟାର ୱିକେଟ କିପର ମହେନ୍ଦ୍ର ସିଂ ଧୋନି । ଗୋଡ଼ର ମାଂସପେଶୀ  ଟାଣି ହୋଇଯିବା କାରଣରୁ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି । ଏନେଇ ଶନିବାର ଏକ ପ୍ରେସମିଟ କରି ସୂଚନା ଦେଇଛି ଚେନ୍ନାଇ ସୁପର କିଙ୍ଗସ । ଧୋନିଙ୍କ ଗୋଡ଼ର ମାଂସପେଶୀରେ ତୀବ୍ର ଯନ୍ତ୍ରଣା ପରେ ମେଡିକାଲ୍ ଟିମ୍ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ଅତିକମରେ ୧୪ ଦିନ ବା ୨ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ।

ଟୁର୍ଣ୍ଣାମେଣ୍ଟର ଆରମ୍ଭରୁ ହିଁ ଧୋନିଙ୍କ ଭଳି ଜଣେ ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତି ସିଏସକେ ପାଇଁ ଏକ ବଡ଼ ଝଟକା ବୋଲି କ୍ରୀଡ଼ା ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ଆଇପିଏଲ ୨୦୨୬ ସିଜିନର ପ୍ରଥମ ଚାରୋଟି ମ୍ୟାଚ୍ ଖେଳିପାରିବେ ନାହିଁ ବୋଲି ଆଶା କରାଯାଉଛି । ଧୋନିଙ୍କ ସ୍ଥାନରେ, ସଞ୍ଜୁ ସାମସନ କିମ୍ବା ଉର୍ଭିଲ ପଟେଲ ଦଳ ପାଇଁ ୱିକେଟକିପିଂ ଦାୟିତ୍ୱ ଗ୍ରହଣ କରିବେ ବୋଲି ଆଶା କରାଯାଉଛି । ସିଏସକେ ମାର୍ଚ୍ଚ ୩୦ ତାରିଖରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି ।

IPL 2025: Can MSD-led CSK turn things around before it's too late?