ରାଇରଙ୍ଗପୁରରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ସଂପନ୍ନ

ରାଇରଙ୍ଗପୁର(ସତ୍ୟନାରାୟଣ ପାଲ)- ମୟୂରଭଞ୍ଜ ରାଇରଙ୍ଗପୁର ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସରକାରଙ୍କ କୋଭିଡ କଟକଣା ଅନୁସାରେ ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରା ପୂର୍ବାହ୍ନରେ ସଂପନ୍ନ ହୋଇଯାଇଛି ।ମହାପ୍ରଭୁ ନବଦିନ ଯାତ୍ରା ସାରି ଭାଇଭଉଣୀଙ୍କ ସହ ଆଡପ ମଣ୍ଡପରୁ ରତ୍ନବେଦୀକୁ ବାହୁଡିଛନ୍ତି । ଠାକୁରଙ୍କ ରୀତିନୀତି, ଦ୍ୱା ରପାଳ ପୂଜା, ସୂର୍ଯ୍ୟପୂଜା ଏବଂ ଅନ୍ୟାନ୍ୟ ପୂଜାର୍ଚ୍ଚନା ସଂପନ୍ନ ପରେ ସେବାୟତଙ୍କ ଦ୍ୱାରା ଗୋଟି ପହଣ୍ଡିରେ ଚକ୍ରରାଜ ଶ୍ରୀସୁଦର୍ଶନ, ପ୍ରଭୁ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ନୀତି ସଂପନ୍ନ ହୋଇଥିଲା । ରଥାରୁଢ ହୋଇଥିଲେ ଚତୁର୍ଦ୍ଧାମୂର୍ତି । ବାମନଘାଟୀ ଉପଜିଲ୍ଲାପାଳ ତଥା ରଥକମିଟି ଅଧ୍ୟକ୍ଷ ଧର୍ମାନନ୍ଦ ବେହେରା ଛେରା ପହଁରା କରିଥିଲେ । ଡାହୁକ କୃଷ୍ଣବିହାରୀ ମହାନ୍ତିଙ୍କ ଦ୍ୱାରା ରଥ ବାହୁଡିଥିଲା । ମହାମାରୀ କାରଣରୁ ବିନା ଭକ୍ତରେ ମହାପ୍ରଭୁଙ୍କ ଏହି ଦିବ୍ୟ ଯାତ୍ରା ସଂପନ୍ନ ହୋଇଥିଲା ।