ପୁରୀ: ଆଜି ଶ୍ରୀଜିଉଙ୍କ ଆଡ଼ପ ବିଜେ । ଶରଧାବାଲିରେ ତିନି ରଥ । ଶ୍ରୀ ଗୁଣ୍ଡିଚା ଯାତ୍ରାର ତୃତୀୟ ଦିନ । ମହାପ୍ରଭୁ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ବାହାରି ଥିବା ବେଳେ ଆଜି ସନ୍ଧ୍ୟା ରେ ଶ୍ରୀଜୀଉ ମାନଙ୍କ ଆଡପ ପହଣ୍ଡି କରାଯିବ । ଗୋଟି ପହଣ୍ଡିରେ ମହାପ୍ରଭୁ ବିରାଜିବେ ଆଡପ ମଣ୍ଡପରେ । ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ବଢିବା ପରେ ପହଣ୍ଡି ଆରମ୍ଭ ହେବ । ତେଣୁ ଆଜି ଅପରାହ୍ନ ଯାଏ ରଥାରୁଢ଼ ବିଶ୍ୱନିୟନ୍ତାଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଆସନ୍ତାକାଲିଠୁ ମିଳିବ ଆଡ଼ପ ଅବଢ଼ା। ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କୁ ଶ୍ରଦ୍ଧାଳୁମାନେ କିଭଳି ସୁବିଧାରେ ଦର୍ଶନ କରିବେ ସେ ନେଇ ବିଶେଷ ଗୁରୁତ୍ୱ ଦିଆଯାଇଛି। ଗର୍ଭଗୃହରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯାଇଛି।
ସେପଟେ ଆଜି ଆଡପ ପହଣ୍ଡି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଡପ ଦର୍ଶନ ସହ ଆଡପ ଅବଢା ପାଇ କୃତର୍ଥେ ହେବେ ଭକ୍ତ । ରଥଯାତ୍ରା ଇତିହାସରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସବୁଠାରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା ।