ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ

ପୁରୀ: ଆକ୍ସନ ମୁଡରେ ଭିଜିଲାନ୍ସ । ପୁଣି ଲାଞ୍ଚ ନେଇ ଧରା ହେଲେ କନିଷ୍ଠ ଯନ୍ତ୍ରୀ । ୩୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡେଲାଙ୍ଗ ବ୍ଲକ୍ କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ମାଝି।
ସୂଚନା ଅନୁଯାୟୀ,  ଅଙ୍ଗନବାଡି ଘର ନିର୍ମାଣ ଚୂଡାକ୍ତ ବିଲ୍ କରିବା ପାଇଁ ଜଣେ ଠିକାଦାରଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ରଜନିକାନ୍ତ । ସେହି ସମୟରେ ପୂର୍ବ ଯୋଜନା ମୁତାବକ ଚଢାଉ କରି ମାଡିବସିଲା ଭିଜିଲାନ୍ସ ଟିମ୍ । ଏଥି ସହ ତାଙ୍କ ଠାରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି । ଅନ୍ୟପଟେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରଜନୀକାନ୍ତଙ୍କ ଦୁଇଟି ସ୍ତାନରେ ଭିଜିଲାନ୍ସ ଚଢାଉ କରିଛି ।