କୋରାପୁଟ: ଗତକାଲି ପଦୋନ୍ନତି ପାଇଥିଲେ। ହେଲେ ଏହାର କିଛି ଘଣ୍ଟାପରେ ଭିଜିଲାନ୍ସ ସେହି ଅଧିକାରୀଙ୍କୁ ମାଡ଼ିବସିଥିଲା। ଏଭଳି ଘଟଣା ଘଟିଛି କୋରାପୁଟରେ। ସୂଚନା ଅନୁଯାୟୀ, ଗତକାଲି ଲମତାପୁଟ ବନାଞ୍ଚଳ ଅଧିକାରୀରୁ ଏସିଏଫ ଭାବେ ପଦୋନ୍ନତି ପାଇଥିଲେ ସୁରଜିତ ସାହୁ । ଲମତାପୁଟ ଏସିଏଫ୍ ସୁରଜିତ ସାହୁ ଗତକାଲି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ସେ ବିପୁଳ ପରିମାଣର ନଗଦ ଟଙ୍କା ନେଇ ଭୁବନେଶ୍ବର ଯାଉଥିବା ସମୟରେ ତାଙ୍କୁ ବାଟରେ ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲା । ସୁରଜିତ ୩ ଦିନ ତଳେ ପ୍ରମୋସନ ପାଇଥିଲେ। ସେ ରେଞ୍ଜରରୁ ଏସିଏଫ୍କୁ ପ୍ରମୋସନ ପାଇଥିଲେ। ପ୍ରମୋସନ ପାଇଁ ସୁରଜିତ ବହୁତ ଖୁସିଥିଲେ। ଗତକାଲି ସେ ପ୍ରମୋସନ ଲେଟ୍ର ଆଣିବାକୁ କୋରାପୁଟ ଯାଇଥିଲେ। ପ୍ରମୋସନ ଲେଟର ନେଇ ଭୁବନେଶ୍ୱର ଫେରୁଥିବା ବେଳେ କୋରାପୁଟର ଗୁଣ୍ଡିଚା ମନ୍ଦିର ନିକଟରେ ଭିଜିଲାନ୍ସ ସୁରଜିତଙ୍କ ଗାଡ଼ିକୁ ଅଟକାଇଥିଲେ। ତାଙ୍କ ଗାଡ଼ି ଯାଞ୍ଚ ବେଳେ ବିପୁଳ ଟଙ୍କା ବାହାରିଥିଲା। ଏହାପରେ ଭିଜିଲାନ୍ସ ଟିମ୍ ସୁରଜିତଙ୍କୁ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ତେବେ ତାଙ୍କଠାରୁ କେତେ ଟଙ୍କା ଜବତ କରାଯାଇଛି, ସେନେଇ ଭିଜିଲାନ୍ସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ସୁରଜିତ ସାହୁ ନିଜର ସହକର୍ମୀଙ୍କୁ ଭୁବନେଶ୍ବର ଯାଉଥିବା କହିଥିଲେ ।