(ସ୍ପେଶାଲ ଡ଼ିସ): ଆମ ଓଡିଆଙ୍କୁ ମାଛ ଭାରି ପସନ୍ଦ । ଏଣୁ ଆମିଷ ବାରି ହେବାମାନେ ମାଛକୁ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ରୂପେ ରୋଷେଇ କରିଥାନ୍ତି । କେତେବେଳେ ମାଛ ବେଷର ତ କେତେବେଳେ ମାଛ ଛେଞ୍ଚେଡା ଆଦି । ତେବେ ଆଜି ପାକପଦ୍ଧତିରେ କିଛି ଭିନ୍ନ ଆଇଟମ ବିଷୟରେ ଅବଗତ କରାଇବୁ । ଏବଂ ଏହାର ରେସିପି ବି ବୁଝାଇବୁ । ଯାହାଦ୍ୱାରା ଆପଣଙ୍କୁ ମାଛର ଏକ ନୂଆ ଆଇଟମ୍ ଖୁବ କମ ସମୟରେ ଜାଣି ପାରିବେ ଓ ନିଜ ପରିବାରକୁ ଏହାକୁ ପରସିଦେବେ । ତେବେ ଏହି ଡିସ୍ ର ନାମ ହେଉଛି ମାଛ ଚମଚମ୍ । ମାଛ ଚମଚମ୍ ତିଆରି କରିବାକୁ ହେଲେ ଆସନ୍ତୁ ପ୍ରଥମେ ଜାଣିବା ଆବଶ୍ୟକ ସାମଗ୍ରୀ ବିଷୟରେ ।
ଆବଶ୍ୟକ ସମାଗ୍ରୀ: ମାଛ , ବେସନ, ଚାଉଳ ଚୂନା, କଟା କଞ୍ଚାଲଙ୍କା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, କଟା କଞ୍ଚାଲଙ୍କା, କଟା ପିଆଜ , ଅଦା ପିଆଜ ଶୁଖିଲାଲଙ୍କା ପେଷ୍ଟ , କାଜୁ ,ଟମାଟୋ ଓ ଦହି ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଲୁଣ ଓ ହଳଦୀରେ ଗୋଳାଇ ଭାଜି ଦିଅନ୍ତୁ । ଏବେ ଭଜା ମାଛରୁ କ କଟା କଞ୍ଚାଲଙ୍କା , ଜିରା ଗୁଣ୍ଡ, ଧନିଆ ଗୁଣ୍ଡ , ହଳଦୀ ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ ଚକଟି ଦିଅନ୍ତୁ ।
ଏବେ କଡ଼େଇରେ ତେଲ ଗରମ କରି ଗୋଳା ମାଛ ଚକଟାକୁ ଗୋଲ ଗୋଲ କରି ଛାଣି ଦିଅନ୍ତୁ । ଏହା ପରେ ଗରମ ତେଲରେ କଟା ପିଆଜ ଓ କଟା କଞ୍ଚାଲଙ୍କା ପକାଇ ଭାଜନ୍ତୁ । ପିଆଜ ଭାଜି ହୋଇଗଲେ ସେଥିରେ ଅଦା, ପିଆଜ ଓ ଶୁଖିଲାଲଙ୍କା ପେଷ୍ଟ ପକାନ୍ତୁ । ମସଲା କଷି ହୋଇ ଆସିଲେ ସେଥିରେ କାଜୁ , ଟମାଟୋ ଓ ଦହି ବଟା ପକାଇ ଭଲ ଭାବେ କଷନ୍ତୁ । ମସଲା ପ୍ରସ୍ତୁତ ହୋଇଗଲେ ସେଥିରେ ଭଜା ମାଛ ବରାକୁ ପକାନ୍ତୁ । ଦୁଇରୁ ତିନି ମିନିଟ ପରେ ପ୍ରସ୍ତୁତ ହୋଇଯିବ ମାଛ ଚମଚମ ।