ଟାଙ୍ଗୀ /ରାକେଶ କୁମାର ଜଗଦେବ : ଖୋଲାଗଲା ମା’ ଉଗ୍ରତାରାଙ୍କ ଦାନ ହୁଣ୍ଡୀ । ନବରାତ୍ରୀ ସମୟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ମୂଳିଝର ଗଡ଼ର ମା ଉଗ୍ରତାରାଙ୍କର ଦାନ ହୁଣ୍ଡୀ ଖୋଲା ଯାଇଛି । ହୁଣ୍ଡୀ ଖୋଲା ଯିବା ସମୟରେ ଟାଙ୍ଗୀ ତହସିଲଦାର ଓ ମନ୍ଦିର ଟ୍ରଷ୍ଟ ର ସଦସ୍ୟ ଉପସ୍ଥିତ ରହିଥିଲେ । ତେବେ ହୁଣ୍ଡୀ ଖୋଲା ଯାଇଥିବା ବେଳେ ମା ଉଗ୍ରତାରାଙ୍କର ମନ୍ଦିର ପରିସରରେ ଥିବା ମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ପରିସରରେ ଗଣତି କରାଯାଇଥିବା ସୂଚନା ରହିଛି । ଗଣତି ପରେ ସେହି ହୁଣ୍ଡୀରୁ ୬ ଲକ୍ଷ ୨୪ ହଜାର ୩ ସହ ଟଙ୍କା ମିଳିଥିବା କୁହାଯାଉଛି । ହୁଣ୍ଡିରୁ ମିଳିଥିବା ଦାନ ଟଙ୍କା ସ୍ଥାନୀୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ସଞ୍ଚୟ ଜମାଖାତା ରେ ରଖିବ ମନ୍ଦିର ପ୍ରଶାସନ । ଆଜିର ଏହି ଗଣତି କାର୍ଯ୍ୟକ୍ରମରେ ଟାଙ୍ଗୀ ତହସିଲଦାର ମିତାଲୀ ପାତ୍ର, ରାଜସ୍ୱ ନିରକ୍ଷକ କୈଳାସ ଦଳାଇ, ମନ୍ଦିର ଟ୍ରଷ୍ଟି ର କର୍ମଚାରୀ କୁମର ପାତ୍ର, ସୁବ୍ରତ ସାମନ୍ତରାୟ ଉପସ୍ତିତ ଥିବା ବେଳେ ନୂଆଗଡ଼ ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନେ ଗଣତି କରିଥିଲେ ।