ରାଜନଗର: ଭିତରକନିକାରେ ଚାଲିବ ବିଳାସପୂର୍ଣ୍ଣ ବୋଟ । ଜଙ୍ଗଲର ଭିତରେ ନଦୀ ମଧ୍ୟରେ ବିଳାସପୂର୍ଣ୍ଣ ବୋଟରେ ରାତ୍ରୀ ଯାପନ କରି ପାରିବେ ପର୍ଯ୍ୟଟକ । ଏହାରି ଭିତରେ ମିଳିବ ପଞ୍ଚତାରକା ହୋଟେଲର ସୁବିଧା ସୁଯୋଗ ସହ ଦେଶୀ ଓ ବିଦେଶୀ ଖାଦ୍ୟ ।
ଭିତର କନିକାରେ ବର୍ଷକୁ ବର୍ଷ ପର୍ଯ୍ୟଟକ ମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ରାଜ୍ୟ ସରକାର ଭିତରକନିକା ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ପର୍ଯ୍ୟଟନ ବିଭାଗ ଭିତରକନିକାରେ ବିଳାସପୂର୍ଣ୍ଣ ବୋଟ ଚଳାଇବାକୁ ଯାଉଛି । ଭିତରକନିକା, ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ଚାରୋଟି ଅତ୍ୟାଧୁନିକ ବିଳାସପୂର୍ଣ୍ଣ ବୋଟ ଚାଲିବ । ଯେଉଁଥିରେ ପର୍ଯ୍ୟଟକ ମାନେ ବୋଟ ମଧ୍ୟରେ ନଦୀ ଭିତରେ ରାତ୍ରୀ ଯାପନ କରିପାରିବେ । ବୋଟ ମଧ୍ୟରେ ସୋଲାର , ଜେନେରେଟର , ଏ ସି ଭଳି ବିଭିନ୍ନ ଅତ୍ୟାଧୁନିକ ବିଳାସପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ଏହି ବୋଟ ଭିତରକନିକା ଅଭୟାରଣ୍ୟ ମଧ୍ୟରେ ଚାଲୁଥିବାରୁ ସାଂସକୁ ବାଦ ଦେଇ ପର୍ଯ୍ୟଟକ ଙ୍କ ପସନ୍ଦର ଖାଦ୍ୟ ପାଇପାରିବେ । ତେବେ ପୂର୍ବରୁ ଭିତର କନିକାରେ ଏଭଳି ବୋଟ ଚାଲୁଥିବା ବେଳେ ଏହା ୨୦୧୮ ମସିହାଠାରୁ ବନ୍ଧ ହୋଇ ଯାଇଛି । ତେବେ ଏହା ପୂର୍ଣ୍ଣର ବାର ଚାଳିବା ନେଇକୁହାଯାଉଛି ତେବେ ଏହି ବିଳାସପୂର୍ଣ୍ଣ ବୋଟରେ ୨ଟି ବେଡରୁ ଥିବାବେଳେ ୪ଜଣ ପର୍ଯ୍ୟଟକ ରହିବାର ସୁବିଧା ରହିଛି । ପର୍ଯ୍ୟଟକ ମାନଙ୍କୁ ପାଣିଭିତରେ ରାତ୍ରୀ ଯାପନ କରିବାର ସୁବିଧା ମିଳିପାରିବ । ତେବେ ପ୍ରତି ପର୍ଯ୍ୟଟକକୁ ଗୋଟିଏ ଦିନ ପାଇଁ ୨୫ ହଜାର ଟଙ୍କା ଦେବାକୁ ପଡିବ ବୋଲି କୁହାଯାଉଛି ।