କୃଷି ଓ କୃଷକ ମାନଙ୍କର ଉତ୍ପାଦନ କ୍ଷମତା ବୃଦ୍ଧି କରିବାପାଇଁ ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକାର ରିୱାର୍ଡ ତରଫରୁ ଏଲ.ଆର.ଆଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି ହିନ୍ଦୋଳ ଉପଜିଲ୍ଲାପାଳ ଏବଂ ଜଳବିଭାଜିକାର ପ୍ରକଳ୍ପ ନିର୍ଦ୍ଦେଶକ । ଜଳବିଭାଜିକା ପରିଚାଳନା କ୍ଷେତ୍ରରେ ଜାତୀୟ ଓ ରାଜ୍ୟ ସ୍ତରରେ ଯେଉଁ ସଂସ୍ଥାମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସଶକ୍ତ କରିବା ଓ କୃଷକ ମାନଙ୍କ ସାମର୍ଥ୍ୟ ବଢାଇବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଏହା ଓଡିଶା ସରକାରଙ୍କର ଅଭିନବ ପ୍ରୟାସ । ଜଳବିଭାଜିକା ଯୋଜନା ପ୍ରସ୍ତୁତି ଏବଂ ପ୍ରଣୟନ କ୍ଷେତ୍ରରେ ବିଜ୍ଞାନ ଭିତ୍ତିକ ଆଭିମୁଖ୍ୟ ଆଣିବା ହେଉଛି ରିୱାଡ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ । ଆଜି ହିନ୍ଦୋଳ ବ୍ଲକ ମାଧପୁର ପଞ୍ଚାୟତ ପରିସରରେ ହିନ୍ଦୋଳ ଉପଜିଲ୍ଲାପାଳ, ହିନ୍ଦୋଳ ବିଡ଼ିଓ,ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ମାଧପୁର ସରପଞ୍ଚ ଏବଂ ସମସ୍ତ ସରକାରୀ କର୍ମଚାରୀ ଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଯାଇଛି । ଆଗାମୀ ଦିନରେ ବିଭିନ୍ନ ପଞ୍ଚାୟତରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସଫଳ ଚାଷୀ ମାନଙ୍କୁ ସମ୍ମାନୀତ କରିଥିଲେ ଅତିଥିବୃନ୍ଦ।