ଦେଶରେ ବଢିଲା ଏଲପିଜି ଗ୍ୟାସ ଦର

ନୁଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ଦେଶରେ ପେଟ୍ରୋଲ-ଡିଜେଲ ଦର ହେଉକି ଖାଇବା ତେଲର ଦର ସବୁକିଛି ବଢିଚାଲିଛି କରୋନା ମହାମାରି ସମୟରେ । ଏହା ପରେ ବାଦ୍ ପାଇ ନାହିଁ ରନ୍ଧନ ଗ୍ୟାସ(LPG) ଦର । ଜୁଲାଇ ୧ ଠାରୁ ରନ୍ଧନ ଗ୍ୟାସ ଦର ୨୫ ଟଙ୍କା ବଢିଛି ୧୪.୨କିଲୋଗ୍ରାମ ଗ୍ୟାସକୁ ଏବେ ୮୩୪.୫୦ ପଇସା ବୃଦ୍ଧି ପାଇଛି । ଏହା ଅଣସବସିଡି ଗ୍ୟାସ ଦରରେ ଲାଗୁ ହେବ । ରନ୍ଧନ ଗ୍ୟାସ (LPG) ଦର ୨୫ ଟଙ୍କା ବୃଦ୍ଧି ପାଇ  ବେଳେ ୮୩୪.୫୦ ପଇସା ବୃଦ୍ଧି ପହଞ୍ଚିଥିବା ବେଳେ ୧୯ କିଲୋଗ୍ରାମ ସିଲିଣ୍ଡରରେ ୭୬ ଟଙ୍କା ବୃଦ୍ଧି ପାଇ ୧୫୫୦ ଟଙ୍କା ହୋଇଛି । ରନ୍ଧନ ଗ୍ୟାସ ଦର ଗତ ୬ ମାସ ଭିତରେ ୧୪୦ ଟଙ୍କା ବୃଦ୍ଧି ପାଇଛି । କରୋନା ମାହାମାରୀ ସମୟରେ ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇଥିବା ବେଳେ ଅତ୍ୟାବଶ୍ୟକ ଜିନିଷର ଦିନକୁ ଦିନ ଦର ବୃଦ୍ଧି ଯୋଗୁଁ ସେମାନଙ୍କ ଉପରେ ଆର୍ଥିକ ଚାପ ପଢୁଛି ।