ଦକ୍ଷିଣପୂର୍ବ ବଙ୍ଗୋପସାଗର ପାଶ୍ୱର୍ବତ୍ତୀ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ ।ଲଘୁଚାପ ପ୍ରଭାବରେ ୧୫ ତାରିଖ ଠାରୁ ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ସମ୍ଭାବନା ରହିଛି ।ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୁଚନା ମିଳିଛି ।ପଶ୍ଚିମ-ଉତ୍ତର ପଶ୍ଚିମ ଦିଗ ଗତି କରି ଘନୀଭୂତ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା ।ଏପଟେ ସାରା ରାଜ୍ୟରେ ଲାଗିଲାଣି ଥଣ୍ଡା ।ସକାଳୁ ପାଗ ମେଘୁଆ ରହୁଥିବା ବେଳେ ରାତିରେ କମୁଛି ପାରଦ ।ବିଶେଷ କରି କୋରାପୁଟ,ସୁନ୍ଦରଗଡ,ମୟୁରଭଞ୍ଜ,କନ୍ଧମାଳ ଜିଲ୍ଲାରେ ଅଧିକ ଥଣ୍ଡା ଅନୁଭୂତ ହେଉଛିା