ଭାରସାମ୍ୟ ହରାଇ ୩ ଘର ଉପରକୁ ମାଡ଼ିଗଲା

ଭାରସାମ୍ୟ ହରାଇ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର । ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ବକ୍ସାଇଟ ବୋଝେଇ ଟ୍ୟାଙ୍କର ୩ଟି ଘର ଉପରେ ଓଲଟି ପଡ଼ିଥିବା ବେଳେ ତିନୋଟି ପରିବାରର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ବକ୍ସାଇଟ ବୋଝେଇ ଟ୍ୟାଙ୍କର ବିଶାଖାପାଟଣାଠାରୁ ଝାରସୁଗୁଡା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ଟ୍ୟାଙ୍କରଟି କିଭଳି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟାଇଲା କେହି ଜାଣି ନ ଥିବା ବେଳେ ଭୋର ସମୟରେ ଡ୍ରାଇଭର ଆଖି ଲାଗିଯାଇଥିବା ହେତୁ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଥିବା ନେଇ ଅନୁମାନ କରାଯାଉଛି । ତେବେ ଏହି ଦୁର୍ଘଟଣାରେ ତିନୋଟି ଘରର ଭାଙ୍ଗି ନଷ୍ଟ ହୋଇଯାଇ ଥିବା ଜଣାପଡିଥିବା ବେଳେ ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି। ଘଟଣା ପରେ ମୁନିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ତଦନ୍ତ ଜାରିରଖିଛି।