ଚାଚେରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ

ଆଜି ପବିତ୍ର ଫଗୁ ଦଶମୀ । ଦୋଳ ଯାତ୍ରାକୁ ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ର । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ ହୋଇଛି । ଚାଚେରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ଚାଚେରୀ ବେଶ ଅନ୍ୟତମ । ଫଗୁ ଦଶମୀଠାରୁ ରତ୍ନସିଂହାସନରେ ଦାରୁ ବିଗ୍ରହମାନଙ୍କର ମନୋରମ ଚାଚେରୀ ବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ସ୍ୱତନ୍ତ୍ର ଭାବେ ଏହି ବେଶ କରାଯାଏ । ଫାଲ୍‌ଗୁନ ମାସ ଶୁକ୍ଳପକ୍ଷ ଦଶମୀଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ୪ ଦିନ ଧରି ପ୍ରତିଦିନ ମଧ୍ୟାହ୍ନ ଧୂପ ପରେ ଏହି ଚାଚେରୀ ବେଶ ହୋଇଥାଏ । ମଧ୍ୟାହ୍ନ ଧୂପ ସରିବା ପରେ ତିନି ବାଡ଼ରେ ମଇଲମ କରାଯାଇ ଠାକୁରମାନଙ୍କୁ ବୋଇରାଣୀ ମାଧାବଳୀ ନୂତନ ପାଟବସ୍ତ୍ର ଲାଗି କରାଯିବ । ପରେ ସେବାୟତମାନେ ଶ୍ରୀବିଗ୍ରହମାନଙ୍କୁ ଚାଚେରୀ ବେଶରେ ସୁସଜ୍ଜିତ କରାଇବେ । ସାଧାରଣତଃ ଚାଚେରୀ ବେଶରେ ଠାକୁରମାନେ ଲାଲ୍‌ ବର୍ଣ୍ଣର ବସ୍ତ୍ର ପରିଧାନ କରିଥାନ୍ତି । ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ସ୍ବତନ୍ତ୍ର ବିମାନରେ ବସି ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିବେ । ସେଠାରେ ଅବିର ଓ ଫଗୁ ଲାଗି କରାଯିବ । ସେହିପରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚାଚେରୀ ବେଶ ସହ ଚାଚେରୀ ଭୋଗ ମଧ୍ୟ ଅନୁଷ୍ଠିତ ହେବ ।

ଶ୍ରୀମନ୍ଦିରରେ ଫାଲଗୁନ ଶୁକ୍ଳ ପକ୍ଷ ଦଶମୀରୁ ପୂର୍ଣ୍ଣିମା ତିଥି ପର୍ଯ୍ୟନ୍ତ ଚାଚେରୀ ବେଶ  ଅନୁଷ୍ଠିତ ହୁଏ । ଏହି ଅବସରରେ ଶ୍ରୀବିଗ୍ରହ ମାନଙ୍କୁ ଚନ୍ଦନ ଲାଗି ...