ମୋବାଇଲ ଦୋକନରୁ ଲୁଟ୍ ; ୩ ଗିରଫ
ବ୍ରହ୍ମପୁର – ମୋବାଇଲ୍ ଦୋକାନରୁ ଲୁଟ୍ ଘଟଣାରେ ୩ ଜଣ ଗିରଫ । ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲାଠି ଗାଁର ଗଣପତି ମୋବାଇଲ ଦୋକାନରୁ ଗତ ୧୩ ତାରିଖ ମଧ୍ୟରାତ୍ରିରେ ଚୋରି ହୋଇଥିଲା । ଏ ନେଇ ଅଭିଯୋଗ ପରେ ପୋଲିସ ପକ୍ଷରୁ ତିନି ଜଣଙ୍କୁ ଗିରଫ କରାଯାଇଛି । ବହୁ ମୋବାଇଲ ଫୋନ୍ ସମେତ ଚୋରି ସାମଗ୍ରୀ ଜବତ କରିଛି ପୋଲିସ । ଏ ନେଇ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି ।