(ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ପୋଲିସ ହାତରେ ଆଉ ଜଣେ ଚୋର ଧରାପଡ଼ିଛି । ଆଜି ଏସ୍.ଡି.ପି.ଓ ନିହାର ରଞ୍ଜନ ପଣ୍ଡାଙ୍କ ନେତ୍ୱତରେ ପୋଲିସ ଏକ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଧୋବା ବାହାଲି ଗ୍ରାମର ଅଜିତ ବିଶି ଗତ ୧୨ ତାରିଖ ସୋନପୁର ତିଲକ୍ ନଗରର ରେଡି ଗଙ୍ଗାରାଜୁଙ୍କ ଘରୁ ଗୋଟିଏ ବାଇକ ଓ ସୋନପୁର ବିନିକା ବ୍ଳକରୁ ଗୋଟିଏ ବାଇକ ଓ ଏକ ଗ୍ୟାସ ସିଲିଣ୍ଡର ଚୋରି କରିଥିଲା ।ସୋନପୁର ଥାନା କେସ୍ ନମ୍ବର ୧୪୩ / ୧୨/୧୦/ ୟୁ.ଏସ.୩୭୯ ଧାରାରେ କୋର୍ଟ ଚାଲାଣ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।ଗତ କିଛି ଦିନ ଆଗରୁ ସିରିଜ୍ ଚୋରି କରୁଥିବା ଏକ ଚୋର ଦଳକୁ ଗିରଫ କରିବା ପରେ ଆଜି ପୁଣି ଏକ ଚୋରକୁ ଗିରଫ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ସୋନପୁର ଥାନା ଅଧିକାରୀ ଚନ୍ଦ୍ର ମୋହନ ସିଂ , ଏ.ଏସ୍,ଆଇ.ଏକାଦଶିଆ ପଧାନ, ଏ.ଏସ୍. ଆଇ. ପ୍ରହଲାଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।