ଦିଦିଙ୍କୁ ଲୁଟିନେଲେ ଦୁର୍ବୃତ୍ତ

ବାରିପଦା: ମୟୁରଭଞ୍ଜ ଜିଲ୍ଳାରେ ବଢି ଚାଲିଛି ଲୁଟ ଘଟଣା । ବନ୍ଧୁକ, ଛୁରୀ ଭଳି ମାରଣାସ୍ତ୍ର ଦେଖାଇ ଏବଂ ଜୀବନରୁ ମାରିଦେବାର ଧମକ ଦେଇ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାରିପଦା ସଦର ଥାନା ଅନ୍ତର୍ଗତ ବାଉରା ପ୍ରାଥମିକ ବିଦ୍ୟାଳୟରେ । ଦିନ ଦ୍ୱିପ୍ରହରେ ସ୍କୁଲରେ ପଶି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବନ୍ଧୁକ ଆଉ ଛୁରୀ ଦ୍ୱାରା ଦୁଇ ଶିକ୍ଷୟତ୍ରୀଙ୍କୁ ଡରାଇ ଲୁଟି ନେଇଛନ୍ତି ଲୁଟେରା ।
ସେମାନଙ୍କଠାରୁ ଦୁଇଟି ମଙ୍ଗଳ ସୂତ୍ର, କାନଫୁଲ ଏବଂ ହଳେ ପଲାକୁ ମିଶାଇ ପ୍ରାୟତଃ ଲ୪ାଧିକ ଟଙ୍କାର ଗହଣା ଲୁଟ ହୋଇଛି । ଏ ନେଇ ଦୁଇ ଶିକ୍ଷୟତ୍ରୀ ନମିତା ମହାନ୍ତ ଏବଂ ସ୍ୱର୍ଣ୍ଣଲତା ସରେନ ବାରିପଦା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ସଦର ଥାନା ପୋଲିସ ।