କଟକ: ମଦ ମାଫିଆଙ୍କ ଦୌରାତ୍ମ୍ୟ । ଚଢ଼ାଉ ପାଇଁ ଯାଇଥିବା ଅବକାରୀ ବିଭାଗ କର୍ମଚାରୀଙ୍କୁ ଅତର୍କିତ ଆକ୍ରମଣ କରିଛନ୍ତି ମଦ ମାଫିଆ । କଟକ ଜିଲ୍ଲା ଖୁଂଟୁଣୀ ଥାନା ଡାଳୁଆ ଜଙ୍ଗଲରେ ଅବକାରୀ କର୍ମଚାରୀଙ୍କ ଉପରେ ମଦମାଫିଆଙ୍କ ଆକ୍ରମଣ ଯୋଗୁଁ ୪ଜଣ କର୍ମଚାରୀ ଆହତ ହୋଇଥିବା ବେଳେ ୩ଟି ଗାଡ଼ିକୁ ଭାଙ୍ଗି ଚୁରମାର କରିବା ସହ ଗାଡି ଟାୟାରକୁ ମଧ୍ୟ କାଟି ପକାଇଛନ୍ତି ମଦମାଫିଆ । ଡାଳୁଆ ଜଙ୍ଗଲରେ ଦେଶୀ ମଦ ରନ୍ଧା ଯାଇ ଏହାକୁ ବିଭିନ୍ନ ସ୍ଥାନକୁ ପଠାଯାଉଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଏହି ସମୟରେ ମଦ ମାଫିଆଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ଖୁଂଟୁଣୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।