ବିଦ୍ୟୁତ ଚୋରି କରୁ କରୁ ଚାଲିଗଲା ଜୀବନ

ନିମାପଡା: କାଳ ହେଲା ବିଦ୍ୟୁତ ଚୋରୀ । ସେହି ବିଦ୍ୟୁତ ତାରରେ ଲାଗି ଚାଲିଗଲା ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ ଜମାଲପୁର ଛକ କେନାଲ ବନ୍ଧରେ । ଏଠାରେ ତିବା ଏକ ୧୧ କେଭି ବିଦ୍ୟୁତ ଖୁଣ୍ଟରୁ ବିଦ୍ୟୁତ ଚୋରି କରିବା ସମୟରେ ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ଡେଲାଙ୍ଗ ଥାନା ଅନ୍ତର୍ଗତ ରେଞ୍ଚ ଅଞ୍ଚଳର ବୋଲି ଜଣାପଡିଛି । ପିପିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ମୃତ ଦେହ ବିଦ୍ୟୁତ ଖୁଣ୍ଟ ତଳେ ପଡିଥିବା ସୂଚନା ଦେଇଛି । ଏଥିସହ ନିକଟରେ ଥିବା ଏକ ବାଇକକୁ ପୋଲିସ ଜବତ କରି ନିଜ ହେପାଜତରେ ରଖିଛି ।