ଅଶାନ୍ତ ବି.ଏମ.ସି ଓ ସି.ଏମ୍.ସି । ୨ ଜଣ ମେୟରଙ୍କ ବିରୁଦ୍ଧରେ ଅଭିଯୋଗ । ଗୋଟେପଟେ କଟକ ମହାନଗର ନିଗମର ମାସିକିଆ ବୌଠକରେ ହଙ୍ଗାମା ଦେଖିବାକୁ ମିଳିଥିବା ବେଳ । ଅନ୍ୟପଟେ ଭୁବନେଶ୍ୱର ମହାନଗର ନିଗମରେ, ମେୟର କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ୨୯ ନମ୍ବର ୱାର୍ଡର ବାସିନ୍ଦା ।

ଆଜି ବି.ଏମ.ସି ଅଫିସ ଘେରାଉ କରିବାକୁ ଉଦ୍ୟମ କରିଥିଲେ ୨୯ ନମ୍ବର ୱାର୍ଡର ବାସିନ୍ଦା । ବିଜେପି କର୍ପୋରେଟର ଜୀବନ ରାଉତଙ୍କ ସମର୍ଥନରେ, ଏହି ଘେରାଉ କରା ଯାଇଥିଲା । ଯାହାର କାରଣ ହେଉଛି, କିଛି ଦିନ ତଳେ ବି.ଏମ.ସି ଅଫିସର ରତ୍ନାକର ସାହୁଙ୍କୁ ମାଡ ମାରି ଗିରଫ ହୋଇଥିବା ଘଟଣା । ଯେଉଁଥିରେ ଜୀବନ ରାଉତଙ୍କ ସମେତ ଆହୁରି ୫ ଜଣ ଗିରଫ ହୋଇଥିଲେ । ଆଉ ମେୟର ମ୍ୟାଡାମ କୁଆଡେ ଜାଣି ଶୁଣି ଏହି ଭିଡିଓ କରି ଆରେଷ୍ଟ କରିଥିବା କହିଛନ୍ତି, ୱାର୍ଡର ବାସିନ୍ଦ । ଆଉ ସେଥିଲାଗି ମେୟର ଭୁଲ ମାଗନ୍ତୁ ବୋଲି ଜୀବନଙ୍କ ସମର୍ଥକ ଦାବି କରିଥିଲେ । ଏହାସହ ପ୍ରଶ୍ନ କରିଛନ୍ତି କି, ଯଦି ୪୪ ନମ୍ବର ବିଜେଡି କର୍ପୋରେଟରଙ୍କ ଗଣ୍ଡଗୋଳ ମାମଲାକୁ ମେୟର ଆଲୋଚନା କରି ସମାଧାନ କରିଥିଲେ । ତେବେ ଜୀବନଙ୍କ ପାଇଁ କାହିଁକି ହେଲାନି ଆଲୋଚନା ? ଯଦି ଜୀବନ ବନ୍ଧା ହୋଇଚନ୍ତି ତେବେ ୪୪ ନମ୍ବର ୱାର୍ଡର ବିଜେଡି କର୍ପୋରେଟରଙ୍କୁ ମଧ୍ୟ ଗିରଫ କରାଯାଉ ।

ସେପଟେ କଟକ ମହାନଗର ନିଗମରେ ମଧ୍ୟ ହୋ-ହଲ୍ଲା ଦେଖାଦେଇଛି । ୩୩ତମ ସାଧାରଣ ପରିଷଦ ବୌଠକର ଆରମ୍ଭରୁ ହିଁ ହଟଗୋଳ ଦେଖିବାକୁ ମିଳିଥିଲା । ଆଉ ମେୟର ବନାମ କର୍ପୋରେଟରର ଚିତ୍ର ଦେଖିବାକୁ ମିଳିଥିଲା । କାରଣ ସି.ଏମ୍.ସିର ମେୟର, ୱାର୍ଡର କର୍ପୋରେଟରଙ୍କୁ କୌଣସି କାମ କରେଇ ଦେଉନଥିବା ଅଭିଯୋଗ ଆଣି ବର୍ଷିଥିଲେ ବିରୋଧୀ ଦଳର ଏବଂ ଶାସକ ଦଳର ସମସ୍ତ କର୍ପୋରେଟରମାନେ । ଆଉ ସବୁ କାମ ଅଟକାଇବା ପଛରେ ସେମାନେ ମେୟରଙ୍କୁ ଦାୟୀ କରିଥିଲେ । ଏବଂ ପ୍ରଶ୍ନ ପରେ ପ୍ରଶ୍ନ ବାଣରେ ମେୟରଙ୍କୁ ଘେରିଥିଲେ ସେମାନେ ।