ସାଲେପୁର / ତାରାକାନ୍ତ ନାୟକ: ସମ୍ବାଦ ସାହିତ୍ୟ ଘର ସାଲେପୁର ଶାଖାର ଉପଦେଷ୍ଟା ତଥା ବହୁଗ୍ରାମ ଡିଗ୍ରୀ କଲେଜ ଓଡ଼ିଆ ବିଭାଗର ଅଧ୍ୟାପକ ଡକ୍ଟର ନଳିନୀ ବେହେରାଙ୍କ ଚତୁର୍ଥ କବିତା ସଙ୍କଳନ ଅତୁଠରେ ଗାଧୋଉଥିବା ଝିଅ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ କଟକ ଶତାବ୍ଦୀ ଭବନରେ ଆୟୋଜିତ କାର୍ୟ୍ୟକ୍ରମରେ କବି ସୌଭାଗ୍ୟ ମିଶ୍ର, କବି ଅମରେଶ ପଟ୍ଟନାୟକ, କବି ସୂର୍ୟ୍ୟ ମିଶ୍ର, ଗାଳ୍ପିକ ରବି ସ୍ୱାଇଁ, ଗାଳ୍ପିକ ତଥା ପ୍ରକାଶକ ଦେବାଶିଷ ସାମନ୍ତରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଅଧ୍ୟାପିକା ନଳିନୀଙ୍କ କବିତା ସଙ୍କଳନ ଟିକୁ ଉନ୍ମୋଚିତ କରିଛନ୍ତି । ଗାଳ୍ପିକ ରବି ସ୍ୱାଇଁ ପୁସ୍ତକ ଟିକୁ ସମୀକ୍ଷା କରିଛନ୍ତି ।