ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଫୁଲବାଣୀ ଜେଲ୍‌ରେ ମାଷ୍ଟରମାଇଣ୍ଡ ପିଣ୍ଟୁ ଦାସ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଶିବଶଙ୍କର ଦାସ ଓରଫ ପିଣ୍ଟୁ ଦାସଙ୍କୁ ଆଜି କଡ଼ା ସୁରକ୍ଷା ମଧ୍ୟରେ ଫୁଲବାଣୀ ସର୍କଲ ଜେଲକୁ ଅଣାଯାଇଛି। ବ୍ରହ୍ମପୁର ଜେଲରେ ପିଣ୍ଟୁ ନିଜକୁ ଅସୁରକ୍ଷିତ ସହ ଜୀବନ ପ୍ରତି ବିପଦ ଥିବା ଦର୍ଶାଇବାରୁ ତାଙ୍କୁ ଫୁଲବାଣୀ ଜେଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷେ ଫୁଲବାଣୀ ଜେଲ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରି ଦିଆଯାଇଛି।

ସୂଚନା ଥାଉକି, କଡ଼ା ସୁରକ୍ଷା ବଳୟ ଭିତରେ ବ୍ରହ୍ମପୁର ଜେଲରୁ ଫୁଲବାଣୀ ଜେଲକୁ ଯାଇଛନ୍ତି ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ ପିଣ୍ଟୁ ଦାଶ । ପୋଲିସ ଏସ କର୍ଟରେ ପିଣ୍ଟୁଙ୍କୁ ନିଆଯାଉଛି । ପୀତବାସ ପଣ୍ଡା ହତ୍ୟା ମାମଲାରେ ପିଣ୍ଟୁ ଗିରଫ ହୋଇ ବ୍ରହ୍ମପୁର ଜେଲରେ ରହିଥିଲେ ପିଣ୍ଟୁ । ଯାହା ଜଣାପଡ଼ିଛି ତାଙ୍କ ଜୀବନ ପ୍ରତି ବିପଦ ଦର୍ଶାଇ ତାଙ୍କୁ ସ୍ଥାନାନ୍ତର କରାଯାଇଛି । ପିଣ୍ଟୁ ଦାସଙ୍କ ସୁରକ୍ଷା ନେଇ SDJM କୋର୍ଟରେ ପିଟିସନ ଦାଖଲ ହୋଇଥିଲା । ପିଣ୍ଟୁ ଦାସଙ୍କ ସୁରକ୍ଷା ନେଇ SDJM କୋର୍ଟରେ ପିଟିସନ ଦାଖଲ ହୋଇଥିଲା । ଜେଲ୍‌ରେ ପିଣ୍ଟୁଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପିଟିସନ ଦାଖଲ ହୋଇଥିଲା । ପିଣ୍ଟୁଙ୍କ ସମର୍ଥକ ଶାନ୍ତି ମିଶ୍ର ହତ୍ୟା ମାମଲାରେ ଜେଲ୍‌ରେ ଅଛି ମଉଜ ମିଶ୍ର । ଅନ୍ୟତମ ଅଭିଯୁକ୍ତ ମଉଜ ମିଶ୍ରଙ୍କ ସମେତ ୬ ଜଣ ବ୍ରହ୍ମପୁର ଜେଲ୍‌ରେ ଅଛନ୍ତି ।