ବ୍ୟୁରୋ : ଭୀଷଣ ବାତ୍ୟାର ରୂପ ନେଇ ଲ୍ୟାଣ୍ଡଫଲ କରିପାରେ “ଦାନା” । ୨୩ରେ ବାତ୍ୟାର ରୂପ ନେଇ ୨୪ରେ ଅବପାତ ହେବ । ସମୁଦ୍ରରେ ପବନର ବେଗ ରହିବ ୧୦୦-୨୦୦ଆକଳନ ହୋଇଛି । କିନ୍ତୁ ଏଯାବତ ସ୍ଥଳଭାଗରେ ପବନର ବେଗ ଆକଳନ ହୋଇନାହିଁ । ସମ୍ଭାବ୍ୟ ବାତ୍ୟା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି । ସାମୁଦ୍ରିକ ଝଡ ଭୀଷଣ ବାତ୍ୟାର ସମ୍ଭାବନା । ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହିତ ୨୪ ତାରିଖରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ରହିଛି।
ସମୁଦ୍ରରେ ଧୀରେ ଧୀରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ‘ଦାନା’। ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ବାତ୍ୟାର ଗତିପଥ କଣ ରହିବ, କେଉଁଠି ସ୍ଥଳଭାଗ ଛୁଇଁବ, ତାହା ସ୍ପଷ୍ଟ ହେବ। ଆସନ୍ତାକାଲିଠୁ ୨୫ ତାରିଖ ପର୍ୟ୍ୟନ୍ତ ୩ ଦିନ ସାରା ରାଜ୍ୟରେ ପ୍ରବଳ ବର୍ଷିବା ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ। ତାସହ ପବନ ମଧ୍ୟ ବହିବ। ୨୩ ତାରିଖରେ ଘଣ୍ଟା ପ୍ରତି ୪୦ରୁ ୪୫ କିଲୋମିଟର ଏବଂ ଲ୍ୟାଣ୍ଡଫଲ ବେଳେ ୧୦୦ କିଲୋମିଟର ପର୍ୟ୍ୟନ୍ତ ପବନ ବହିବାର ସମ୍ଭାବନା ରହିଛି।