ଲ୍ୟାମ୍ପସ କର୍ମଚାରୀଙ୍କ କାର୍ୟ୍ୟବନ୍ଦ ଆନ୍ଦୋଳନ

ରାଇରଙ୍ଗପୁର(ସତ୍ୟନାରାୟଣ ପାଲ): ମୟୂରଭଞ୍ଜ ବିଜାତଳା ବ୍ଲକ ଅନ୍ତର୍ଗତ ବିଜାତଳା ଲ୍ୟାମ୍ପସ କର୍ମଚାରୀ କରିଛନ୍ତି କାର୍ୟ୍ୟବନ୍ଦ ଆନ୍ଦୋଳନ ଜାରୀ ରହିଛି । ସଂଘର ଆହ୍ୱାନ କ୍ରମେ ଲ୍ୟାମ୍ପସ ଫାଟକରେ ତାଲା ପକାଇ ୮ ଦଫା ଦାବି ସହିତ କର୍ମଚାରୀମାନେ କାର୍ୟ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ସମସ୍ତ ଲ୍ୟାମ୍ପସ କର୍ମଚାରୀଙ୍କୁ ସରକାରୀ ମାନ୍ୟତା, ସପ୍ତମ ବେତନ ଆଧାରରେ ଦରମା ଓ ରାଜ୍ୟ ସରକାରଙ୍କ ଘୋଷିତ ବର୍ଦ୍ଧିତ ଭତ୍ତା ପ୍ରଦାନ, କର୍ମଚାରୀଙ୍କ ଯୋଗ୍ୟତା ଓ ବରିଷ୍ଠତା ଭିତ୍ତିରେ ପଦୋନ୍ନତି ମିଳିବା, ଧାନକିଣା ସମୟରେ ଉପରିସ୍ଥ ଅଧିକାରୀଙ୍କ ଅସହଯୋଗ ଓ ଆକ୍ରୋଶମୂଳକ ପଦକ୍ଷେପର ପ୍ରତିବାଦ, କାର୍ୟ୍ୟରତ ଡ଼ି.ଇ.ଓ. ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଏବଂ କାର୍ୟ୍ୟରୁ ଅନ୍ତର କରିଥିବା ଡ଼ି.ଇ.ଓ ମାନଙ୍କୁ ପୁନଃ ନିଯୁକ୍ତି ଦେବା ଆଦି ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ୟ୍ୟବନ୍ଦ ଆନ୍ଦୋଳନ କରିଛନ୍ତି କର୍ମଚାରୀ ।
ସରକାର ଲ୍ୟାମ୍ପସ କର୍ମଚାରୀଙ୍କ ଏହି ନ୍ୟାର୍ୟ୍ୟ ଦାବିକୁ ଗ୍ରହଣ ନ କରିବା ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ଆନ୍ଦୋଳନରେ ବାମନଘାଟିର ଲ୍ୟାମ୍ପ ଗୁଡିକର ସମସ୍ତ କର୍ମଚାରୀ ସାମିଲ ହୋଇଛନ୍ତି ।