ଯୋଡ଼ା: ବନ୍ଦଘରୁ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାର ୨ ନମ୍ବର ଓ୍ବାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି । ଯୋଡା ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଭଶ୍ରୀ କର । ନିଜ ସହଯୋଗୀ ମାନଙ୍କ ସହିତ ବିଳମ୍ବିତ ରାତିପର୍ଯ୍ୟନ୍ତ ସେିଲିବ୍ରେସନରେ ସାମିଲ ଥିଲେ । ତା ପୁଣି ନିଜ ଭଡା ଘରେ । ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘର କବାଟ ନଖୋଲିବାରୁ ସନ୍ଦେହରେ କବାଟ ଖୋଲିବାରୁ ସେଠାରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି । ଘଟଣାକୁ ନେଇ ପୁଲିସର ତଦନ୍ତ ଜାରି ରହିଛି । ଡାକ୍ତରଙ୍କ ରୁମ ଭିତରେ ଆସବାବପତ୍ର ଏପଟ ସେପଟ ହୋଇପଡିରହିଥିବା ଦେଖିବାକୁ ମିଳିଥିଲା ।
ତେବେ ମହିଳା ଡାକ୍ତରଙ୍କ ମୃତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । କେମିତି ଓ କେଉଁ ପରିସ୍ଥିତିରେ ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ହେଲା ? ଏହି ରହସ୍ୟଜନକ ମୃତ୍ୟୁ ପଛର କାରଣ କଣ ? ଶୁଭଶ୍ରୀ କରଙ୍କ ମୃତ୍ୟୁ ସହ ନୂଆବର୍ଷ ସେଲିବ୍ରେସନର କୌଣସି ସଂପର୍କ ଅଛି କି ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ଯୋଡା ପୁଲିସ କହିଛି ।