IPL 2026: IPL ୨୦୨୬ ନିଲାମ ପୂର୍ବରୁ ରାଜସ୍ଥାନ ରୟାଲ୍ସର ବଡ଼ ଘୋଷଣା କରିଛି । ଦଳ ପାଇଁ ନୂତନ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି । ଟିମ୍ କୁମାର ସାଙ୍ଗାକାରଙ୍କୁ ସେମାନଙ୍କର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ନିଲାମ ପୂର୍ବରୁ, ଫ୍ରାଞ୍ଚାଇଜ୍ ମଧ୍ୟ IPL ଇତିହାସରେ ସବୁଠାରୁ ବଡ଼ ଡିଲ୍ କରିଥିଲା । ସେମାନେ ଅଧିନାୟକ ସଞ୍ଜୁ ସାମସନଙ୍କ ସ୍ଥାନରେ CSK ର ରବିନ୍ଦ୍ର ଜାଡେଜାଙ୍କୁ ଟ୍ରେଡ ମାଧ୍ୟମରେ ନିଜ ସ୍କ୍ବାର୍ଡରେ ସାମିଲ କରିଥିଲେ ।

ତେବେ ପୂର୍ବତନ ଶ୍ରୀଲଙ୍କା ଅଧିନାୟକ କୁମାର ସାଙ୍ଗାକାରା ପୂର୍ବରୁ ରାଜସ୍ଥାନ ରୟାଲ୍ସର ନୂତନ ମୁଖ୍ୟ ପ୍ରଶିକ୍ଷକ ହେବା ନେଇ ଚର୍ଚ୍ଚା ହେଉଥିଲା, ଯାହାକୁ ରାଜସ୍ଥାନ ଏବେ ନିଶ୍ଚିତ କରିଛି। ପୂର୍ବ ସଂସ୍କରଣରେ, ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଥିଲେ, ଯିଏ କିଛି ଦିନ ପୂର୍ବରୁ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ସାଙ୍ଗାକାରା ପୂର୍ବରୁ ଫ୍ରାଞ୍ଚାଇଜରେ ଡାରେକ୍ଟର ଅଫ୍ କ୍ରିକେଟ ପଦବୀରେ ରହିଥିଲେ। ରାଜସ୍ଥାନ ରୟାଲ୍ସ ୧୩ ଜଣ ଖେଳାଳିଙ୍କୁ ବଜାୟ ରଖିଛି ଏବଂ ୩ ଜଣ ଖେଳାଳିଙ୍କୁ ଟ୍ରେଡ ମାଧ୍ୟମରେ ନିଜ ସ୍କ୍ବାର୍ଡରେ ସାମିଲ କରିଛି । ଏହି ତିନି ଜଣ ଖେଳାଳି ଅଲରାଉଣ୍ଡର ଅଟନ୍ତି। ରବିନ୍ଦ୍ର ଜାଡେଜା, ସାମ କରନ ଏବଂ ଡୋନୋଭାନ୍ ଫେରେରା ଟ୍ରେ଼ଡ ମାଧ୍ୟମରେ ରାଜସ୍ଥାନ ଦଳରେ ଯୋଗ ଦେଇଛନ୍ତି। ରାଜସ୍ଥାନ ମଧ୍ୟ ସଞ୍ଜୁ ସାମସନ ଏବଂ ନୀତିଶ ରାଣା ନାମକ ଦୁଇ ଜଣ ଖେଳାଳିଙ୍କୁ ବଜାୟ ରଖିଛି।