(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । ପ୍ରଫେସର , ଅଧ୍ୟାପକ , ଶିକ୍ଷକ ନିଯୁକ୍ତିରେ ସ୍ୱଚ୍ଛତା ରଖିବାକୁ ପରାମର୍ଶ ଦେଇଛନ୍ତି । ଗବେଷଣା , ଅନୁସନ୍ଧାନ ଏବଂ ପ୍ରକାଶନ ପାଇଁ ଶିକ୍ଷକ ଓ ଛାତ୍ରଛ୍ରାତୀଙ୍କୁ ଉତ୍ସାହିତ କରନ୍ତୁ । ସେହିପରି କ୍ୟାମ୍ପସରେ ଅନୁଶାସନ ରକ୍ଷା କରିବା ସହ କ୍ୟାମ୍ପସରେ ବାହାର ଲୋକଙ୍କ ହସ୍ତକ୍ଷେପକୁ ବରଦାସ୍ତ କରାଯିବା ଉଚିତ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କୁଳପତିଙ୍କୁ ପରାମର୍ଶ ଦେଇଛନ୍ତି । କୁଳପତି , ବରିଷ୍ଠ ଅଧିକାରୀ ଏବଂ ଅଧ୍ୟାପିକାମାନେ ସମୟ ସମୟରେ ଅନୁବନ୍ଧିତ କଲେଜଗୁଡ଼ିକୁ ଆକସ୍ମିକ ପରିଦର୍ଶନ କରିବା ପାଇଁ କୁଳପତିଙ୍କୁ ପରାମର୍ଶ ଦେଇଛନ୍ତି ।