ସମବାୟ ନିର୍ବାଚନରେ କୃଷ୍ଣଚନ୍ଦ୍ର ପଣ୍ଡା ବିଜୟୀ

ହିଞ୍ଜିଳି: ଚଳିତ ସମବାୟ ସମିତି ନିର୍ବାଚନରେ ହିଞ୍ଜିଳି ବ୍ଲକ କଞ୍ଚୁରୁ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ନିର୍ବାଚନରେ କୃଷ୍ଣଚନ୍ଦ୍ର ପଣ୍ଡା ବିଜୟୀ ହୋଇ ଦ୍ୱତୀୟ ଥର ପାଇଁ ସଭାପତି ହୋଇଛନ୍ତି। ହିଞ୍ଜିଳିକାଟୁ କଂଛୁରୀ ପ୍ରାଥମିକ କୃଷି ସମବାୟ ସମିତି ସଭାପତି ପଦବୀ ନିମନ୍ତେ ରବିବାର ଦିନ ନାମଙ୍କନ ଦାଖଲ କରଯାଇଥିଲା। ସଭାପତି ପଦବୀରେ କୃଷ୍ଣଚନ୍ଦ୍ର ପଣ୍ଡା ଓ ପ୍ରତିପକ୍ଷ ଗୋଷ୍ଠୀର ରାଜେନ୍ଦ୍ର ସାହୁ ନିର୍ବାଚନ ଅଧିକାରୀ ପ୍ରାତପ କୁମାର ସାହୁଙ୍କ ନିକଟରେ ନିଜର ନାମାଙ୍କନ ଦାଖଲ କରିଥିଲେ । ନିର୍ବାଚିତ ୧୪ ଜଣ ସଭ୍ୟଙ୍କ ମଧ୍ୟରୁ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସପକ୍ଷରେ ୮ ଜଣ ମତଦାନ କରିଥିବାବେଳେ ପ୍ରତିପକ୍ଷ ରାଜେନ୍ଦ୍ରଙ୍କୁ ୫ ଜଣ ଭୋଟ ଦେଇଥିଲେ ଓ ଗୋଟିଏ ଭୋଟ ନାକଚ ହୋଇଥିଲା। ଫଳରେ କୃଷ୍ଣଚନ୍ଦ୍ର ପଣ୍ଡା ପ୍ରତିପକ୍ଷ ରାଜନ୍ଦ୍ରେ ସାହୁଙ୍କ ଠାରୁ ୩ ଖଣ୍ଡ ଅଧିକ ଭୋଟ ପାଇଥିଲେ। ନିର୍ବାଚନ ଅଧିକାରୀ ପ୍ରତାପ ସାହୁ ବିଜୟୀ ଘୋଷଣା କରିଥିଲେ। ଶ୍ରୀ ପଣ୍ଡା ବ୍ଲକ ଅଧ୍ୟକ୍ଷା ସରସ୍ବତୀ ସେଠୀ ସମ୍ବର୍ଦ୍ଧନା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟନୟକ ଓ ସ୍ଥାନୀୟ ଆଇଆଇସି ଅଭିମନ୍ୟୁ ଦାସଙ୍କୁ ଶ୍ରୀ ପଣ୍ଡା କୃତଜ୍ଞତା ଜ୍ଞାପନ କରିଥିଲେ।