କୋଣାର୍କ ପୌର ପରିଷଦର ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ସଂଯୁକ୍ତା ତ୍ରିପାଠୀ

ଗୋପ/ଜୟନ୍ତ କୁମାର ସେଠୀ: ଚଳିତ ପୌର ନିର୍ବାଚନର ଫଳାଫଳ ଘୋଷଣା ପରେ କୋଣାର୍କ ଏନଏସିରେ ବିଜୁଜନତା ଦଳ ବାଜିମାତ କରିଥିବା ବେଳେ ବିଜୁ ଜନତା ଦଳ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ତେବେ ବିଜୁ ଜନତା ଦଳର ପ୍ରାର୍ଥୀନୀ ସଂଯୁକ୍ତା ତ୍ରିପାଠୀ ବିଜୁଜନତାକାର୍ଯ୍ୟାଳୟରୁ ନିଜର ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ଆସି କୋଣାର୍କ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଣି ଆକୃତି ଗୋଏକାଙ୍କ ଉପସ୍ଥିତରେ ଆନୁଷ୍ଠାନିକ ଭାବେ ନିଜର ଅଧ୍ୟକ୍ଷ ପଦକୁ ଗ୍ରହଣ କରିଛନ୍ତି ।

ତେବେ ଦାଇତ୍ୱ ଗ୍ରହଣ ପରେ କୋଣାର୍କ ଏନଏସିରେ ଥିବା ସମସ୍ତ ସମସ୍ୟା ଯେପରି ଜମିଜମା ସମସ୍ୟା, ମେଡ଼ିକାଲ ଓ ଡ୍ରେନେଜ ଉପରେ ବିଶେଷ ଗୁରୁତ୍ୱ ଦେବେ ବୋଲି ସୂଚନା ଦେଇଛନ୍ତି ପୌର ପରିଷଦର ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ ।