(ଜୟନ୍ତ କୁମାର ସେଠୀ/କୋଣାର୍କ): ରବିବାର ସକାଳେ କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ବେଳାଭୂମି ସ୍ୱଚ୍ଛତା ପାଇଁ ଏକ ଆହ୍ୱାନ ନେଇ ସମୂହ ପଦଯାତ୍ରା କରିଥିଲେ। ଚନ୍ଦ୍ରଭାଗା ଠାରୁ ଏହି ପଦଯାତ୍ରା ବେଳାଭୂମିରେ ଆରମ୍ଭ ହୋଇ ରାମଚଣ୍ଡୀ ନିକଟରେ ଶେଷ ହୋଇଛି। ଏଥିରେ କୋଣାର୍କ ସାମ୍ବାଦିକ ସଂଘ ସମେତ ଏନସିସିର ଛାତ୍ରଛାତ୍ରୀ, କୋଣାର୍କ-ମେରାଇନ-ରାମଚଣ୍ଡୀ ଥାନା ଅଧିକାରୀଙ୍କ ସହିତ ଅଗ୍ନିଶମ ବିଭାଗର ଅଧିକାରୀ ଏବଂ କୋଣାର୍କ ଅଞ୍ଚଳର ଅନେକ ସମାଜସେବୀ ଏଥିରେ ଯୋଗ ଦେଇଥିଲେ। ସମୁଦ୍ର ବେଳାଭୂମିକୁ କିଭଳି ସ୍ୱଚ୍ଛ ରଖା ଯାଇ ପାରିବ ଏବଂ ପରିବେଶ ସୁରକ୍ଷା କରାଯାଇ ପାରିବ ସେ ନେଇ ଏକ ବାର୍ତ୍ତା ବହନ କରି ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।