ବ୍ୟୁରୋ : ଭୁଲ ଅବସ୍ଥାରେ ପଡ଼ିଥିବାରୁ ଅନେକ ଥର ଆମ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ । ଆଜି ଅ ।ମେ ଜାଣିବା କେଉଁ କଡ଼ ମାଡି ଶୋଇବା ଦ୍ୱାରା ଲାଭ ମିଳିଥାଏ । ସାରା ଦିନ ଚଲା ବୁଲା କରିବା ଦ୍ୱାରା ଆମେ କ୍ଳାନ୍ତ ହୋଇ ଶଯ୍ୟାରେ ଶୋଇପଡୁ । କିନ୍ତୁ କେଉଁ କଡ଼ ମାଡି ଶୋଇବା ଉଚିତ ସେଥିପ୍ରତି ଧ୍ୟାନ ଦେଉନାହୁଁ । ବେଳେବେଳେ ଏହା ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଅନେକ ଲୋକ ସିଧା ଶୋଇଥାନ୍ତି ଅର୍ଥାôତ ଉପରକୁ ମୁହଁ କରି ଏବଂ କିଛି ଡାହାଣ କିମ୍ବା ବାମ କଡ଼ ମାଡି ଶୋଇଥାନ୍ତି । ଭୁଲ ଅବସ୍ଥାରେ ଶୋଇବା ଦ୍ୱାରା ଅନେକ ଥର ଆମ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ । ତେବେ ଆଜି ଆସନ୍ତୁ ଜାଣିବା କେଉଁ କଡ଼ ମାଡି ଶୋଇବା ଦ୍ୱାରା ଲାଭ ହୋଇଥାଏ ।
♦ ଶାରୀରିକ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବାମ କଡ଼ ମାଡି ଶୋଇବା ଭଲ ବୋଲି ବିବେଚନା କରାଯାଏ । ଏହା ହୃଦୟ ଉପରେ ଅଧିକ ଚାପ ପକାଏ ନାହିଁ ଏବଂ ଉତମ କାମ କରିବାକୁ ସକ୍ଷମ ହୋଇଥାଏ ।
♦ ପ୍ରାୟତଃ ଲୋକମାନେ ରାତିରେ ଭୋଜନ ପରେ ତୁରନ୍ତ ଶୋଇବାକୁ ଯାଆନ୍ତି । ଏପରି ପରିସ୍ଥିତିରେ, ଯଦି ଆପଣ ବାମ କଡ଼ ମାଡି ଶୋଇଥାନ୍ତି, ତେବେ ଆପଣଙ୍କର ଖାଦ୍ୟ ଧୀରେ ଧୀରେ ହଜମ ହୁଏ । କାରଣ ହଜମ ପ୍ରକ୍ରିୟା ଶରୀରର ବାମ ପାଶ୍ୱର୍ରେ ହୋଇଥାଏ ଏବଂ ହୃଦୟ ମଧ୍ୟ ବାମ ପାଶ୍ୱର୍ରେ ରହିଥାଏ । ଅ ।ହୁରି ମଧ୍ୟ, ଅ।ପଣଙ୍କ ଶରୀରର ତାପମାତ୍ରା ମଧ୍ୟ ଠିକ୍ ରୁହେ । କିନ୍ତୁ ଅପରପକ୍ଷେ ଯେତେବେଳେ କେହି ଡାହାଣ କଡ଼ ମାଡି ଶୋଇଥାଏ, ସେତେବେଳେ ଖାଦ୍ୟ ଅତି ଶୀଘ୍ର ହଜମ ହୁଏ, ଯାହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ ।
♦ ଶୋଇବା ସମୟରେ ତକିଆ ଉପରେ ସିଧା ହୋଇ ବା ଉପରକୁ ମୁହଁ କରି ଶୋଇବା ଉଚିତ ନୁହେଁ । କାରଣ ଏହା ଆପଣଙ୍କ ନଳ ହାଡକୁ ସିଧାସଳଖ ପ୍ରଭାବିତ କରିଥାଏ । ଯଦି ଅ।ପଣ ବାମ କଡ଼ ମାଡି ଶୋଉଛନ୍ତି ତେବେ ଅ।ପଣଙ୍କର ନଳ ହାଡ ସିଧା ରହିଥାଏ ଏବଂ ଅ।ପଣଙ୍କର କୌଣସି ଅସୁବିଧା ହେବ ନାହିଁ ।
♦ ସେହିପରି କିଛି ଲୋକଙ୍କ ଅଭ୍ୟାସ ଥାଏ ପେଟ ମାଡି ଶୋଇବା । ପେଟ ମାଡି ଶୋଇବା ଉଚିତ ନୁହେଁ, ଏହା ଦ୍ୱାରା ଶରୀରରେ ଅଧିକ କ୍ଷତି ହୋଇଥାଏ । କାରଣ ପେଟରେ ଶୋଇବା ଦ୍ୱାରା ପେଟ ଉପରେ ଶରୀରର ଅଧିକ ଓଜନ ପଡିଥାଏ, ଯେଉଁଥିପାଇଁ ହୃଦୟ ସମ୍ବନ୍ଧୀୟ ରୋଗର ଭୟ ଥାଏ ।
♦ଗର୍ଭବତୀ ମହିଳାମାନଙ୍କ ପାଇଁ ବାମ ପାଶ୍ୱର୍ରେ ଶୋଇବା ଭଲ । କାରଣ ଏହା ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ ନାହିଁ । ଏହା ବ୍ୟତୀତ ଗୋଇଠି, ହାତ ଏବଂ ପାଦ ଫୁଲିବା ସମସ୍ୟା ହୋଇ ନ ଥାଏ ।
♦ ଅନେକ ଥର ସଠିକ୍ ଭାବରେ ଶୋଇ ନ ଥିବାରୁ ଅମ୍ଳ ଜନିତ ସମସ୍ୟା ଦେଖାଯାଏ । ବାମ କଡ଼ ମାଡି ଶୋଇବା ଦ୍ୱାରା ଅମ୍ଳ ଉପରକୁ ଅ।ସିବା ପରିବର୍ତେ ତଳକୁ ଯାଏ, ଯାହା ଦ୍ୱାରା ଏସିଡିଟି ଓ ହୃଦଘାତର ଭଳି ସମସ୍ୟା ହୁଏ ନାହିଁ ।
♦ ଯଦି ଅ।ପଣଙ୍କର କୋଷ୍ଠକାଠିନ୍ୟ ସମସ୍ୟା ଅଛି, ତେବେ ବାମ କଡ଼ି ମାଡି ଶୋଇବା ଦ୍ୱାରା ଆରାମ ମିଳିଥାଏ । ଖାଦ୍ୟ ସହଜରେ ହଜମ ହୋଇଥାଏ ଏବଂ ସକାଳେ ପେଟ ସଫା ହେବା ସହଜ ହୋଇଥାଏ ।