କିଟ୍ ଛାତ୍ରୀ ମୃତ୍ୟୁ ମାମଲା : ତଦନ୍ତ ପାଇଁ ଜାତୀୟ ମାନବ ଅଧିକାର ଆୟୋଗଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଜାତୀୟ ମାନବ ଅଧିକାର ଆୟୋଗ ପକ୍ଷରୁ କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ମାମଲାର ତଦନ୍ତ ପାଇଁ ନିର୍ଦେଶ ନିଆଯାଇଛି । ଏକ ଟିମ ଗଠନ କରି କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରୀ ମୁତ୍ୟୁ ମାମଲାର ତଦନ୍ତ ପାଇଁ ଡିଜି ଇନଭେଷ୍ଟିଗେସନକୁ ଏନଏଚଆରସି ନିର୍ଦ୍ଦେଶ ଦେଇଛି । ଏହି ଟିମ ବିଶ୍ୱବିଦ୍ୟାୟର ଘଟଣାସ୍ଥାଳକୁ ଯାଇ ତଦନ୍ତ କରିବା ଏବଂ ୧୦ ମାର୍ଚ୍ଚ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏନଏଚଆରସି ତଦନ୍ତ ସମୟରେ କିଟ୍ ବିଶ୍ୱବିଦ୍ୟାଳୟ କୁଳସଚିବ ସହାୟତା ପ୍ରଦାନ କରିବାକୁ ଏନଏଚଆରସି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।