ଟାଙ୍ଗୀ/ ରାକେଶ କୁମାର ଜଗଦେବ : ଗ୍ରାମାଞ୍ଚଳର ଜନ ସାଧାରଣ ଙ୍କୁ ହାତ ପାଆନ୍ତା ରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଗ୍ରାମାଞ୍ଚଳ ରେ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ପାଇଁ ସ୍ୱାସ୍ଥ୍ୟ ସେବାର ଭିତ୍ତି ଭୂମି କିଭଳି ରହିଛି ତାହାର ଅନୁଧ୍ୟାନ କରୁଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଏହି ଅବସର ରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରାଜ୍ୟଶ୍ରୀ ପଟନାୟକ ଅଚାନକ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି ।
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସ୍ୱାସ୍ଥ୍ୟ ସେବାର ଭିତିଭୂମି ର ସମୀକ୍ଷା କରିଛନ୍ତି । ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ରୋଗୀ ସେବା ଆଉଟ ଡୋର, ଔଷଧ ବଣ୍ଟନ କେନ୍ଦ୍ର, ପ୍ରସୁତି ବିଭାଗ, ଦନ୍ତ ଚିକିତ୍ସା ବିଭାଗ, ନିଦାନ ବିଭାଗ, ଶିଶୁ ରୋଗ ବିଭାଗ, କର୍କଟ ନିରୂପଣ କେନ୍ଦ୍ର ଆଦି ପରିଦର୍ଶନ କରିଛନ୍ତି। ଏହାସହ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିଶ୍ଚିତ ହେଉଥିବା ମହିଳା ରୋଗୀ ମାନଙ୍କ ସହ ଆଲୋଚନା କରି ଭଲ ମନ୍ଦ ପଚାରି ବୁଝିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ରାଜ୍ୟଶ୍ରୀ ପଟନାୟକ। ଏହି ଅବସର ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସୁପରିଟେଣ୍ଡ ଡା ସତ୍ୟ ରଂଜନ ନନ୍ଦ, ଡା କବିତା ସାହୁ. ଡା ନେହା ମାରାଣ୍ଡି, ବିପିଓ ତପନ କୁମାର ମଣ୍ଟୁ ପ୍ରମୁଖ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ। ଏହା ସହ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ବରିଷ୍ଠ କର୍ମଚାରୀ ବିକ୍ରମ କର ଏଥିରେ ସହଯୋଗ କରିଥିଲେ