(ସୁୁରେଶ କୁମାର ସାମନ୍ତରାୟ) : ଗତକାଲି ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ବାଣପୁୁୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ମହାସମାରୋହ ସହ ପାଳନ କରାଯାଇଛି । ପ୍ରଥମେ ମାନନୀୟା ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳୀ ଜେନାଙ୍କ ଦ୍ୱାରା କାର୍ଯ୍ୟାଳୟ ପ୍ରାଙ୍ଗଣରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରାଯାଇଥିଲା । ବିଜ୍ଞାପିତ ଅଞ୍ଚଳରେ ଥିବା ସମସ୍ତ ସ୍କୁଲ୍ ର ଛାତ୍ର୍ର ଛାତ୍ରୀମାନଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା । ପରିଷଦର ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ କାଉନସିଲର୍ ମାନଙ୍କ ଦ୍ୱାରା ବାଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗିମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଶେଷରେ ଆଲୋଚନା ସଭାରେ ଅଧ୍ୟକ୍ଷା ଶ୍ରୀମତୀ ଜେନା ଓ ଉପାଧ୍ୟକ୍ଷ ଶ୍ରୀ ଦାଶରଥିସାହୁ ଉପସ୍ଥିିତ ଥିବା ସମସ୍ତ କର୍ମଚାରୀ, କାଉନସିଲର, ଶିକ୍ଷକ ଶିକ୍ଷୟତ୍ରୀ ବୁଦ୍ଧିଜିବୀ ଓ ଏଠାରେ ଉୁପସ୍ଥିତ ଥିବା ସମସ୍ତ ନିୟନ୍ତ୍ରୀତ ଅତିଥି ଓ ସାମ୍ବାଦିକ ବନ୍ଧୁମାନଙ୍କୁ ସ୍ୱାଗତ କରିବା ସହ ଆଗାମି ଦିନରେ ବିଜ୍ଞାପିତ ଅଞ୍ଚଳର ଉନ୍ନତି କାମନା ପାଇଁ ସମସ୍ତ ଙ୍କୁ ସହଯୋଗର ହାତ ବଢାଇବା ପାଇଁ ଅନୁୁରୋଧ କରିଥିଲେ । ସର୍ବଶେଷରେ ଯୁବ ସମାଜସେବୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଜେନା, ବିଜ୍ଞାପିତ ଅଞ୍ଚଳ ପରିଷଦର ଉନ୍ନୟନ ସହିତ ସମସ୍ତେ ଜଡିତ ହେବା ଆବଶ୍ୟକ ବୋଲି ଏହି ପବିତ୍ର ଦିବସରେ ଏଠାରେ ଉପସ୍ଥିିତ ସମସ୍ତଙ୍କୁୁ ନିବେଦନ ଜଣାଇଥିଲେ ।