ମୁମ୍ବାଇ: ନିକଟରେ ଆରମ୍ଭ ହୋଇଛି ଲୋକପ୍ରିୟ ଟିଭି ଶୋ ‘ଖତ୍ରୋଁ କେ ଖିଲାଡି’ ସିଜିନ୍ ୧୩ । ଦର୍ଶକମାନେ ଏହି ଶୋକୁ ଦେଖିବାକୁ ଖୁବ୍ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି । ଏହି ଶୋରେ ଟିଭି ଏବଂ ସିନେମା ଜଗତର ଜଣାଶୁଣା ସେଲିବ୍ରିଟିମାନେ ବିପଜ୍ଜନକ ଷ୍ଟଣ୍ଟ ଦେଖାଇଥାନ୍ତି ।ଏହି ଶୋ’ର ସୁଟିଂ ଦକ୍ଷିଣ ଆଫ୍ରିକାର କେପଟାଉନରେ ଜୋରସୋରରେ ଚାଲିଛି ।
ରୋହିତ ଶେଟ୍ଟୀଙ୍କ ଏହି ଷ୍ଟଣ୍ଟ୍ ଶୋ’ର ପ୍ରଥମ ପ୍ରତିଯୋଗୀ ସାଜିଥିଲେ ରୋହିତ ରୟ । ଷ୍ଟଣ୍ଟ୍ ପାଇଁ ପ୍ରଥମେ ରୋହିତ ରୟଙ୍କୁ ଡକାଯାଇଥିଲା । ଯେତେବେଳେ ତାଙ୍କୁ ଷ୍ଟଣ୍ଟ୍ ବିଷୟରେ ବୁଝାଯାଇଥିଲା, ସେତେବେଳେ ତାଙ୍କର ହୋସ୍ ଉଡ଼ିଗଲା ଏବଂ ସେ ଥରିବାକୁ ଲାଗିଲେ । ଷ୍ଟଣ୍ଟ୍ ଆରମ୍ଭ କରିବା ପୂର୍ବରୁ ରୋହିତ ବହୁତ ଡରି ଯାଇଥିଲେ ଏବଂ ଚିନ୍ତାରେ ଥରୁଥିଲେ । ଶେଷରେ ମନରେ ସାହସ ଜୁଟାଇ ନିଜର ଷ୍ଟଣ୍ଟ ପୂରା କରିଥିଲେ ।