ଆଇନଜୀବି ଆନ୍ଦୋଳନକୁ ନେଇ ମହ ଓକିଲଙ୍କ ମାମଲା ଫଇସଲା ହୋଇ ପାରୁନଥିବା ଯୋଗୁଁ ଖାଦ୍ୟ ବନ୍ଦ ଆନ୍ଦୋଳନ

(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା କାରାଗାର ବାଙ୍ଗରଠାରେ ଦିର୍ଘ ୪୦ ଦିନରୁ ଅଧିକ ହେବ ଆଇନ ଜିବି ମାନଙ୍କର ଆନ୍ଦୋଳନ ସମାଧାନ ହୋଇପାରୁନଥିବା ଜୋଗୁ ବିଚାର ଧିନ ମହ ଓକିଲ ଓ କୟଦି ବିଭିନ୍ନ ଜେଲରେ ବନ୍ଦୀ ହୋଇ ଅଛନ୍ତି। ଜିଲ୍ଲା କାରାଗାର ବାଙ୍ଗର ଠାରେ ୫୮୪ ଜଣ ବନ୍ଦୀ ହୋଇ ଅଛନ୍ତି।ଏଥି ମଧ୍ୟରୁ ୭୭ଜଣ କ ଏଦି ହୋଇ କୋଟ ବିଚାର ଧିନ ୫୦୭ ଜଣ ତଳ କୋର୍ଟ ରେ ଅଛନ୍ତି। ଏହାକୁ ପ୍ରତିବାଦ କରି କଏଦି ଆଜି ଖାଦ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି। ଜିଲ୍ଲା କାରାଗାର ଜେଲର ଉପେନ୍ଦ୍ର ନାଥ ମହାପାତ୍ର ବିଚାର ଧିନ ମହ ଓକିଲ ଓ କୟଦି ଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ସୁଭଳ ମିଳିନଥିଲା । ଏହାର ତୁରନ୍ତ ସମାଧାନ ପାଇଁ ଡ଼ିଜି ଓ କଲେକ୍ଟର ଙ୍କୁ ଜଣେଇ ଦିଆଯାଇଛି। । ଏପଟେ ଜେଲରେ ବନ୍ଦୀ ହୋଇ ଥିବା ପରିବାର ଲୋକେ ଦେଖା କରିବାକୁ ଆସିଲେ ମଧ୍ୟ ଦେଖା କରେଇ ଦେଉନାହାନ୍ତି ବୋଲି ଅଭିଯୋଗ ଆସିଛି।