ଭିଜିଲାନ୍ସ ଜାଲରେ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ

ନୟାଗଡ: ଭିଜିଲାନ୍ସ ଜାଲରେ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ । ବାଲିଗାଡି ଛାଡିବା ପାଇଁ ଦଲାଲ ମାଧ୍ୟମରେ ୨୦ ହଜାର ଟଙ୍କା ନେଉଥିବା ବେଳେ ଦଲାଲ ମୋହରି ପ୍ରସନ୍ନ ସାହୁଙ୍କୁ ଗିରଫ କରିଛି ନୟାଗଡ ଭିଜିଲାନ୍ସ । ଧୋବେଇଙ୍କ ଭାପୁର ଏବଂ ଭୁବନେଶ୍ୱରର ଘରେ ଭିଜିଲାନ୍ସ ଚଢାଉ ।
ସୂଚନା ଅନୁସାରେ ନୟାଗଡ ଜିଲ୍ଲା ସିଦ୍ଧାମୁଳା ନିକଟ ମହାନଦୀରୁ ବାଲି ବୋଝେଇ କରି ହାଇୱା ଗାଡିରେ ବିଭିନ୍ନ ସ୍ଥାନକୁ ନିଆଯାଇଥାଏ । କୌଣସି କାରଣରୁ ଚନ୍ଦନ ଜେନାଙ୍କ ବାଲି ବୋଝେଇ ଗୋଡିକୁ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ ଅଟକ ରଖିଥିଲେ । ଗାଡି ଛାଡିବା ପାଇଁ ତହସିଲଦାର ଗାଡି ମାଲିକଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଦଲାଲ ପ୍ରସନ୍ନ ସାହୁଙ୍କ ମାଧ୍ୟମରେ ଗାଡି ମାଲିକଙ୍କ ଠାରୁ ଟଙ୍କା ନେଉଥିବା ବେଳେ ନୟାଗଡ ଭିଜିଲାନ୍ସ ଟିମ ପ୍ରସନ୍ନଙ୍କୁ ଧରିଥିଲା । ପ୍ରସନ୍ନ ତହସିଲଦାରଙ୍କ ପାଇଁ ଟଙ୍କା ନେଉଥିବା ସ୍ୱୀକାର କରିବା ପରେ ଭିଜିଲାନ୍ସ ଟିମ ଧୋବେଇ ନାୟକଙ୍କ ଭାପୁର ଏବଂ ଭୁବନେଶ୍ୱର ଘରେ ଚଢାଉ କରିଥିବା ଜଣାପଡିଛି ।