ଗାନ୍ଧୀ ଜୟନ୍ତୀ ଅବସରରେ ନିଶାକୁ ନା ଅଭିଯାନ

(ବିଜୟ କୁମାର କାରୁଆ): କେନ୍ଦୁଝରଜିଲ୍ଲା ପାଟଣାବ୍ଲକ ରେ ଗାନ୍ଧୀ ଜୟନ୍ତୀ ଅବସରରେ ନିଶା ନିବାରଣ ଅଭିଯାନ ଆରମ୍ଭ ହୋଇଛି । ପାଟଣା ବିଜୁ ଯୁବବାହିନୀ ପକ୍ଷରୁ ବେବିରାଣୀ ମହାପାତ୍ରଙ୍କ ନେତୃତ୍ବରେ ଏକ ସଭା ଅନୁଷ୍ଠିତ ହୋଇଛି । ଆନେନ୍ଦପୁର ମନ୍ଦିରରୁ ଏକ ସଭାଯାତ୍ରା ବାହାରି ଗାଁ ଭିତର ଦେଇ ପାଟଣା ବଜାର ପରିକ୍ରମା କରିବାସହ ନିଶା ନିବାରଣ ନିମନ୍ତେ ମହିଳା ଓ ପୁରୁଷ ମାନଙ୍କ ହାତରେ ଫାଲକ୍ କାଡ ଧରି ସ୍ଲୋଗାନ ମାଧ୍ୟମରେ ସଚେତନତା ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚି ଥିଲେ। ଏହି ସଭାଯାତ୍ରାରେ ପାଟଣାବ୍ଲକ ଗୋଷ୍ଟୀ ଉନ୍ନୟ ଅଧିକାରୀ କୁଷାଲ ଚନ୍ଦ୍ର ନାଏକ, ବ୍ଲକ ଅଧ୍ୟକ୍ଷ ଜଗନ୍ନାଥନା ନାଏକ,ବଡପାଟଣା ଗ୍ରାମପଞ୍ଚାୟତ ସରପଞ୍ଚମ ଚନ୍ଦ୍ରଶେଖର ନାଏକ ତଥା ବିଜୁ ଯୁବବାହିନୀ ର ସଭାପତି ଅଭିନାଶ ଦାଶ,ସମ୍ପାଦକ ସୁବ୍ରତ କୁମାର ଦାଶ, ଏବଂ ବିଜୁ ଯୁବବାହିନୀ ଶତାଧିକ କର୍ମୀ ଯୋଗ ଦେଇ ନିଶା ନିବାରଣ ଯଦି ଆଗାମୀ ଦିନରେ ଦୂର ନ ହୁଏ ଏହାର ପ୍ରୟାସ ଜାରି ରହିବ ବୋଲି ଦାବି ରଖିଛନ୍ତି।
.