( ବିଜୟ କୁମାର କାରୁଆ): କେନ୍ଦୁଝରଜିଲ୍ଲା ପାଟଣାବ୍ଲକ- ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କାର୍ୟ୍ୟାଳୟ ର ସଭାଗୃହ ଠାରେ ବାର୍ଦ୍ଧକ୍ୟ,ବିଧବା ଓ ଭିନ୍ନକ୍ଷମ ଭତ୍ତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଛି। ପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁଶଳ ଚନ୍ଦ୍ର ନାଏକ ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାରେ ପାଟଣା ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ , ଉପାଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ ପ୍ରିୟା ବେହେରା, ସମିତି ସଭ୍ୟା ଶ୍ରୀମତି ଧରିତ୍ରୀ ମହାନ୍ତ , ଲକ୍ଷ୍ମୀ ପ୍ରିୟା ନାଏକ, ରମେଶ ଚନ୍ଦ୍ର ନାଏକ , ସୁକେଶିନି ସେଠୀ , ଜିଲ୍ଲା ପରିଷଦ ସଦସ୍ୟ ସୁରେଶ ଚନ୍ଦ୍ର ନାଏକ ପ୍ରମୁଖ ଯୋଗ ଦେଇ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ। ପାଟଣା ବ୍ଲକର ୨୦ ପଞ୍ଚାୟତର ସମସ୍ତ ସରପଞ୍ଚ , କାର୍ୟ୍ୟନିର୍ବାହୀ ଅଧିକାରୀ , ଗ୍ରାମ ରୋଜଗାର ସେବକ ଭତ୍ତା ବଣ୍ଟନରେ ସହଯୋଗ କରିଥିଲେ। ପାଟଣା ବ୍ଲକ ର ୯୫୦ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା।