( ବିଜୟ କୁମାର / ଅମରେନ୍ଦ୍ର / ଓମ୍ ପ୍ରକାଶ ) : ଆଜି ଚାରି ଦଫା ଦାବି ନେଇ ବ୍ଲକ ଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ତଥା କର୍ମଚାରୀ ପାଟଣାବ୍ଲକ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି । ସ୍କୁଲ କଲେଜ ତଥା କର୍ମଚାରୀଙ୍କ ମିଳିତ ମଞ୍ଚ ପାଟଣାବ୍ଲକ ଆବାହାକ ଅନିଲ କୁମାର ବାରିକ, ସନ୍ତୋଷ କୁମାର ସେନାପତି, ହଳଧର ସାହୁଙ୍କ ନେତୃତ୍ୱରେ ରାଜ୍ୟସରକାରଙ୍କ ମିଥ୍ୟା ପ୍ରତିଶ୍ରୁତି ବିରୋଧରେ ବ୍ଲକଅଫିସରେ ଧାରଣାରେ ବସିଛନ୍ତି । ଶିକ୍ଷକମାନଙ୍କ ମୁଖ୍ୟ ଦାବିଗୁଡିକ ହେଲା –
୧- ବ୍ଲକଗ୍ରାଣ୍ଟ୍ ଉଛେଦ ତଥା ଚାକିରୀ ସର୍ତ୍ତାବଳୀ ପୂଣ୍ଣଅନୁଦାନ ।
୨- ଅନୁଦାନ ଯୋଗ୍ୟ ସ୍କୁଲ କଲେଜକୁ ଅନୁଦାନ ପ୍ରଦାନ ।
୩- ସରକାରଙ୍କ ପ୍ରତିଶୃତି ଅନୁଯାଇ ସପ୍ତମବେତନ କମିଶନ ଲାଗୁ ।
୪- ଅନୁଦାନ ଦେବା ଆଳରେ ସତ୍ୟପାଠ କିମ୍ବା ଲିଖିତ ସୂଚନା ଦେବାକୁ ହୋଇଥିବା ନିଦ୍ଦେର୍ଶନାମା ପ୍ରତିହାର
ଆଦି ଦାବିରେ ଆଜିଠାରୁ ଆସନ୍ତା ୧୬ ତାରିଖ ପର୍ୟ୍ୟନ୍ତ ଚାଲୁ ରହିବ ଧାରଣା ।
ସେହିପରି ଚାରି ଦଫା ଦାବି ନେଇ ବ୍ଲକ ଗ୍ରାଣ୍ଟଶିକ୍ଷକ ,ଅଧ୍ୟାପକ ତଥା କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଘଟଗାଁ ବ୍ଲକ ଉନ୍ନୟନ ଅଧିକାରୀ ସମ୍ମୁଖରେ ଧାରଣା ବସିଛନ୍ତି । ଯଦି ତୁରନ୍ତ ସରକାର ଶିକ୍ଷକଙ୍କ ଦାବି ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ରୂପ ଧାରଣ କରିବ ବୋଲି ଶିକ୍ଷକ ସଂଘର ସଭାପତି କହିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଳକ କାର୍ୟ୍ୟ।ଳୟଠାରେ କଲେଜର ଅଧ୍ୟାପକମାନେ ବିଭିନ୍ନ ଦାବି ନେଇ ଧାରଣାରେ ବସିଛନ୍ତି। ସେମାନଙ୍କ ମୁଖ୍ୟ ଦାବି ହେଲା ୨୫ ରୁ ୨୮ ବର୍ଷ ଭିତରେ ଚାକିରୀ କରିଥିବା ସାର୍ ଭିସ୍ କଣ୍ଡିସନ୍ ଓ ପେନସନ , ଗ୍ରାଣ୍ଟିନେଟ ଅଡ଼ର୍ , ଓ ସୋନପୁର କଲେଜ କୁ ସରକାରୀ ମାନ୍ୟତା ଦେବାପାଇଁ ଅଧ୍ୟାପକ ମାନେ ଧାରଣା ରେ ବସିଥିଲେ।