ଲାଞ୍ଚ ନେଇ ଗିରଫ ହେଲେ କେନ୍ଦୁଝର ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ଏବଂ ଚମ୍ପୁଆ ଅବକାରୀ ଅଫିସର ଇନ୍‌ଚାର୍ଜ ASI

କେନ୍ଦୁଝର: କେନ୍ଦୁଝର ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ସୀତାରାଣୀ ପଟ୍ଟାୟତ ଗିରଫ । ୪୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଗିରଫ କଲା ଭିଜିଲାନ୍ସ । ଚମ୍ପୁଆ ଅବକାରୀ ଅଫିସର ଇନ୍‌ଚାର୍ଜ ASI ବିଜୟ ମହାନ୍ତ ମଧ୍ୟ ଗିରଫ । ଲାଇସେନ୍ସପ୍ରାପ୍ତ ମଦ ଭେଣ୍ଡର ଠାରୁ ବ୍ୟବସାୟ ପାଇଁ ଲାଞ୍ଚ ନେଇ ଗିରଫ । ସୁପରିଣ୍ଟେଣ୍ଡେଣ୍ଟଙ୍କ ଟେଲିଫୋନ ନିର୍ଦ୍ଦେଶରେ ASI ଟଙ୍କା ନେଲା ବେଳେ କାବୁ । ଧରାପଡ଼ିବା ପରେ ସୁପରିଣ୍ଟେଣ୍ଡେଣ୍ଟଙ୍କ ୩ଟି ଘରେ, ASIଙ୍କ ୨ଟି ଘରେ ରେଡ୍‌ ।

କେନ୍ଦୁଝର ଅବକାରୀ ସୁପରିଟେଣ୍ଡେଣ୍ଟ ସୀତାରାଣୀ ପଟ୍ଟାୟତ ଗିରଫ । ୪୦ ହଜାର ଲାଞ୍ଚ ନେଲା ବେଳେ ଗିରଫ କଲା ଭିଜିଲାନ୍ସ । ଏହା ସହ ଚମ୍ପୁଆ ଅବକାରୀ ଅଫିସର ଇନ୍‌ଚାର୍ଜ ଏଏସଆଇ ବିଜୟ ମହାନ୍ତି ମଧ୍ୟ ଗିରଫ ହୋଇଛନ୍ତି । ଲାଇସେନ୍ସପ୍ରାପ୍ତ ମଦ ଭେଣ୍ଡର ଠାରୁ ବ୍ୟବସାୟ ପାଇଁ ଲାଞ୍ଚ ନେଇ ଗିରଫ ହୋଇଛନ୍ତି । ଭିଜିଲାନ୍ସ ଅଧିକାରୀଙ୍କ ଅନୁଯାୟୀ, ପ୍ରାୟ ଚାରି ମାସ ପୂର୍ବେ ପଟ୍ଟାୟତ ଏକ୍ସାଇଜ୍ ସୁପରିଣ୍ଟେଣ୍ଡେଣ୍ଟ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ବିକ୍ରେତାଙ୍କଠାରୁ ନିୟମିତ ଦେୟ ଦାବି କରି ଆସୁଥିଲେ। ନିରନ୍ତର ହଇରାଣର ସମ୍ମୁଖୀନ ହୋଇ, ବିକ୍ରେତା ଶେଷରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ପାଖକୁ ଯାଇ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଥିଲେ। ସୂଚନା ପାଇ, ଏକ ଭିଜିଲାନ୍ସ ଦଳ ଜାଲ ବିଛାଇ ପଟ୍ଟାୟତଙ୍କ ଟେଲିଫୋନ୍ ନିର୍ଦ୍ଦେଶରେ ଏଏସଆଇ ମହାନ୍ତିଙ୍କୁ ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଧରିଥିଲେ।