ପାରାଦ୍ୱୀପ : ପାରାଦ୍ୱୀପରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର ଯୋଗ ଦେଇ କହିଛନ୍ତି ଯେ, ପାରାଦ୍ୱୀପ ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ। ପାରାଦ୍ୱୀପ ପାଇଁ ବହୁ ପୁଞ୍ଜିନିବେଶ ଆଣିଛନ୍ତି ମୁଖ୍ୟମନ୍ତ୍ରୀ। ପାରାଦ୍ୱୀପର ଉନ୍ନତି ହେବ, ରୋଜଗାର ବଢ଼ିବ। ବିଜୁ ବାବୁଙ୍କୁ ଆପଣମାନେ ଭଲ ପାଆନ୍ତି ? ପାରାଦ୍ୱୀପକୁ ବିଜୁବାବୁ ବହୁତ ଭଲ ପାଉଥିଲେ। ଆପଣମାନେ ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରନ୍ତୁ। ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ୨୪ ଘଣ୍ଟା କାମ କରୁଛନ୍ତି। ଆପଣମାନଙ୍କ ପାଖକୁ ୫ ବର୍ଷରେ ଥରେ ସୁଯୋଗ ଆସିଛି, ତାଙ୍କୁ ଆଶୀର୍ବାଦ କରିବା ପାଇଁ, ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦିଅନ୍ତୁ, ନୂଆ ଓଡ଼ିଶା ଗଠନରେ ସାମିଲ ହୁଅନ୍ତୁ। ସାରା ଓଡ଼ିଶା ଗୋଟିଏ ସ୍ୱରରେ କହୁଛି, ନବୀନ ବାବୁ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ। ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ୯୦ ପ୍ରତିଶତ ଓଡ଼ିଶାବାସୀଙ୍କ ବିଜୁଳି ବିଲ୍ ଛାଡ଼୍ କରିବେ। ଦ୍ୱିତୀୟ ଦସ୍ତଖତରେ ବି.ଏସ୍.କେ.ୱାଇ କାର୍ଡ ନ ଥିବା ସମସ୍ତଙ୍କୁ କାର୍ଡ ଯୋଗାଇଦେବେ। ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନଶକ୍ତି ସଦସ୍ୟାମାନେ ପାଇବେ ପେନ୍ସନ୍। ଆପଣମାନେ ଯାହାବି ଦରଖାସ୍ତ ଦେଇଥିଲେ ତା’ମଧ୍ୟରୁ ୮୦ ପ୍ରତିଶତ ସମାଧାନ ହୋଇଛି, ଆଉ ଯାହାବି ସମସ୍ୟା ଅଛି ଖୁବ୍ ଶୀଘ୍ର ସମାଧାନ ହେବ।