ରାଜସ୍ଥାନ : ଦ୍ୱିତୀୟ ଲହର କମିବାରେ ଲାଗିଛି କିନ୍ତୁ ଏହାରି ଭିତରେ ତୃତୀୟ ଲହରର ଆଶଙ୍କା ଘାରିଛି ଲୋକଙ୍କ ଭିତରେ । ଏହି ତୃତୀୟ ଲହରରେ କରୋନାର ନୂଆ ନୂଆ ଭାରିଆଣ୍ଟ ସୃଷ୍ଟି ହୋଇ ପୁଣି ଥରେ ସଂକ୍ରମଣ କରିଚାଲିଛି । ଏହିଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ ।୧୧ ଜଣ ଏହି କପ୍ପା ଭାରିଆଣ୍ଟ ଭୂତାଣୁରେ ଚିହ୍ନଟ ହୋଇଚନ୍ତି । ରାଜ୍ୟର ଚିକିତ୍ସା ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। କପ୍ପା ଭାରିଆଣ୍ଟ ରେ ଚିହ୍ନଟ ୧୧ ଜଣ ସଂକ୍ରମିତଙ୍କ ମଧ୍ୟରେ ୪-୪ ଅଲବର ଓ ଜୟପୁର,୨ ବୋଡମେର ଓ ଜଣେ ଭୀଲବାଡାରୁ। ଏଯାଏଁ କପ୍ପା ଭାରିଆଣ୍ଟ ଡ଼େଲଟା ଭାରିଆଣ୍ଟ ତୁଳନାରେ କମ ଘାତକ ବୋଲି ସୂଚନା ମିଳିଛି।