(ଜ୍ୟୋତିରଂଜନ ଧର/ କଣିହାଁ ): ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ ଅନ୍ତର୍ଗତ କଣିହାଁ ଓସିପିରେ କ୍ଷତିପୂରଣ ଓ ନିଯୁକ୍ତି ଦାବୀ ନେଇ ଗତ ମଙ୍ଗଳବାର ଠାରୁ ଅଦିତ୍ୟପ୍ରସାଦ ଜମିହରା ଚଳାଇଥିବା ଖଣିବନ୍ଦ ଆନ୍ଦୋଳନ ଗୁରୁବାର ରାତି ୮ରେ ସ୍ଥଗିତ ହୋଇଯାଇଛି । ତ୍ରିପାକ୍ଷୀକ ସମାଧାନୀ ବୈଠକରେ ଏମସିଏଲ ଅଧିକାରୀ ଡିସେମ୍ବର ଶେଷ ସୂଧା କ୍ଷତିପୂରଣ ଓ ନିଯୁକ୍ତି ଦେବା ପରେ ଜମିହରା ପ୍ରଜା ଖଣିବନ୍ଦ ଆନ୍ଦୋଳନରୁ ଓହରିଛନ୍ତି । ଏନେଇ ଆଜି ଅପରାହ୍ନ ୫ଟାରେ କଣିହାଁ ଥାନା ପ୍ରତୀକ୍ଷା କକ୍ଷ ପରିସରରେ ତାଳଚେର ଉପଜିଲ୍ଲାପାଳ ପରେଶ ଚନ୍ଦର ନାୟକଙ୍କ ଅଧକ୍ଷତାରେ ଏକ ବୈଠକ ବସିଥିଲା । କଣିହାଁ ଅତିରିକ୍ତ ତହସିଲଦାର ରବିନ୍ଦ୍ର କୁମାର ସାମଲ, ତାଲଚେର ଏସଡିପିଓ ହେମନ୍ତ କୁମାର ପଣ୍ଡା, କଣିହାଁ ଓସିପି ମହାପ୍ରବନ୍ଧକ ନାରାୟଣ ଦାଶ, ପ୍ରକଳ୍ପ ଅଧିକାରୀ ନାରାୟଣ ପ୍ରସାଦ ଦାଶ, ମ୍ୟାନେଜର ଏସ.କେ.ସତପଥି, ଭୂଅର୍ଜନ ଅଧିକାରୀ ଅଶୋକ କୁମାର ବେହେରା, କଣିହାଁ ଆଇଆଇସି ପ୍ରଭାତ କୁମାର ତ୍ରିପାଠି ଏବଂ ଜମିହାରା ପ୍ରତିନିଧି ମଣ୍ଡଳି ପ୍ରମୁଖ ଏହି ବୈଠକରେ ସାମିଲ ଥିଲେ । ୨୦ଜଣ ଆନ୍ଦୋଳନ କାରୀଙ୍କ ବିରୋଧରେ ମାମଲା ରୁଜ ହୋଇଥିବା ଆଇଆଇସି ଶ୍ରୀ ତ୍ରିପାଠି ପ୍ରକାଶ କରନ୍ତି ।