କନ୍ଧମାଳ ମହିଳା ମଣ୍ଡଳର ଚାରୋଟି ବ୍ଳକରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

(ବନବାସୀ ପ୍ରଧାନ): କନ୍ଧମାଳ ମହିଳା ମଣ୍ଡଳର ଚାରୋଟି ବ୍ଳକର ମହିଳାମାନେ ଏକତ୍ରୀତ ହୋଇ ସେମାନଙ୍କର ବିଭିନ୍ନ ସମସ୍ୟା ଉପରେ ବିଭିନ୍ନ ଦପ୍ତରକୁ ଯାଇ ଦାବୀପତ୍ର ପ୍ରଦାନ କରିଥିଲେ । ସ୍ଳୋଗାନ ଦେଇ ପ୍ରଥମେ ବିଡିଓଙ୍କୁ ଦାବିପତ୍ର ଦେଇଥିଲେ ।ଏହି ପତ୍ରରେ ଏନ୍ଆରଜିଏରେ ୧୦୦ଦିନର କାମ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଠିକ୍ ଲୋକଙ୍କୁ ଚିହ୍ନଠ କରି ଗୃହ ଯୋଗାଇବା ଏବଂ ଆବାସ ଯୋଜନାରେ ଅନ୍ତଭୁକ୍ତ କରିବା ସମେତ ମହିଳାମାନଙ୍କୁ ଲାଞ୍ଚ ମାଗୁଥିବା କର୍ମଚାରିମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଇତ୍ୟାଦି ଦାବି କରିଥିଲେ । ସେହିପରି ମେଡିକାଲରେ ମହିଳା ମନଙ୍କୁ ହେଉଥିବା ଅସମ୍ମାନ ଏବଂ ବିଭିନ୍ନ କାର୍ଯ୍ୟ ପାଇଁ କ୍ଲକମାନେ ମାଗୁଥିବା ଟଙ୍କାକାରବାରକୁ ବନ୍ଦ କରିବା ସହିତ ମେଡିକାଲରେ ଶୈଚାଳୟ ଏବଂ ପାଣିର ବ୍ୟବସ୍ଥା କରିବାକୁ ମେଡିକାଲ ଅଫିସରକୁ ଦାବୀପତ୍ର ଦେଇଥିଲେ ।ସେଠାରୁ ଷ୍ଟେଟବ୍ୟାଙ୍କକୁ ଯାଇ ନିରକ୍ଷର ମହିଳାଙ୍କ ପାଇଁ ସୁବିଧା କରିବା,କର୍ମଚାରି ମାନେ ମହିଳାକୁ ଦୁଭ୍ୟବାର ପ୍ରର୍ଦଶନ ନକରି ମହିଳାଙ୍କୁ ସମ୍ମାନ ଦେବା,ମହିଳାଙ୍କ ପାଇଁ ସ୍ବତନ୍ତ୍ର ଧାଡି ବ୍ୟବସ୍ଥାକରିବା,ସୟଂସହାୟକ ଗୋଷ୍ଠୀ ମାଆ ମନଙ୍କୁ ବ୍ୟାଙ୍କ ଆକାଉଣ୍ଟ ସୁବିଧାରେ ଖୋଲାଯିବା ନେଇ ବ୍ୟାଙ୍କଅଧିକାରୀଙ୍କୁ ଦାବୀପତ୍ର ଦେଇଥିଲେ ।ଏହି ରାଲିରେ ତୁମୁଡିବନ୍ଧ,ଦାରିଙ୍ଗବାଡୀ,ବାଲିଗୁଡା,କ ନୂଆଗାଁର ମହିଳା ମଣ୍ଡଳର ମହିଳାମାନେ ଯୋଗ ଦେଇଥିଲେ । ଆଗାମୀ ଦିନରେ କନ୍ଧମାଳର ସମସ୍ତ ବ୍ଳକରେ ଏଭଳି କାର୍ଯ୍ୟକ୍ରମ କରାଯିବାକୁ ମହିଳା ନେତ୍ରୀମାନେ ପ୍ରକାଶ କରିଥିଲେ ଏହି ରାଲି ପ୍ରଥମେ କନୂଆଗାଁ ଠାରେ କରାଯାଇଥିବା ବେଳେ ଏଥିରେ ପ୍ରାୟ ଦୁଇ ହଜାରରୁ ଉଦ୍ଧ ମହିଳା ଯୋଗଦେଇଥିଲେ ।
.