(ବନବାସୀ ପ୍ରଧାନ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଧରମପୁର ଗାଁରେ ଅଘଟଣ । ନଦୀରେ ଭାସି ଯୁବତୀଙ୍କ ମୃତ୍ୟୁ ଘଟିଛି ।ମୃତକ ଧରମପୁର ଗାଁର ଜଳେଶ୍ୱରୀ ବେହେରଦଳାଇ ବୋଲି ଜଣାପଡିଛି ।
ସୂଚନାଅନୁଯାୟୀ , ନିଜ ପରିବାର ଲୋକଙ୍କ ସହ ନଦୀ ପାରହୋଇ ଯାଇଥିଲେ ବିଲକାମ କରିବାକୁ ।ବିଲରୁ କାମସାରି ଘରକୁ ଫେରିବାସମୟରେ କାଳିପେନୁ ନଦୀପାରବେଳେ ଭାସିଯାଇଥିଲେ ଯୁବତୀ ।