ଆମଗାଁ ଆମବିକାଶ କାଯ୍ୟକ୍ରମ

(ବନବାସୀ ପ୍ରଧାନ): କନ୍ଧମାଳ ରାଇକିଆ ଠାରେ ଆମଗାଁ ଆମବିକାଶ କାଯ୍ୟକ୍ରମରେ ଭିଡିଓ କନଫ୍ରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ନବିନ ପଟନାୟକ ୧୨ଟି ପଞ୍ଚାୟତକୁ ଶହେଟି ପ୍ରକଳ୍ପ ପାଇଁ ଦୁଇକୋଟି ଚାଳିଶି ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ଏହି କାଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡି , ପିଡି ଡିଆରଡିଏ ବିଶ୍ୱନାଥ ବାରିକ , ଫୁଲବାଣି ବିଧାୟକ ଦୁଗୁନି କହଁର , ଜିଲ୍ଲାପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ , ଜିଉଦୟଗିରି ଏନ୍ଏସି ଅଧ୍ୟକ୍ଷ ସଂଞ୍ଜୟ ପାତ୍ର , ରାଇକିଆ ବ୍ଳକ ଚ୍ୟାୟାରମେନ ମାନିନୀ ପ୍ରଧାନ , ବିଜେଡି ବ୍ଳକ ସଭାପତି ରାଜମୋହନ ଦିଗାଳ ଓ ବିଭିନ୍ନ ପଞ୍ଚାୟତରୁ ପ୍ରାୟ ଦୁଇହଜାର ଲୋକ ଯୋଗଦେଇଥିଲେ ।